ସୋମବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୪ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ମଞ୍ଜୁରି ମିଳିଛି । ୨୦୧୮-୧୯ ବର୍ଷ ଧାନ ସଂଗ୍ରହ ପାଇଁ ନୂତନ ନୀତି ଘୋଷଣା କରାଯାଇଛି । ଧାନ ସଂଗ୍ରହର ୩ଦିନ ଭିତରେ ଚାଷୀଙ୍କୁ ଟଙ୍କା ମିଳିବ । ଏହିଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ରାଜ୍ୟ କ୍ୟାବିନେଟ ବୈଠକରେ ନିଆଯାଇଛି । ଖରିଫ ଏବଂ ରବି ଋତୁ ପାଇଁ ଧାନ ଓ ଚାଉଳ ସଂଗ୍ରହ ପରିଚାଳନା ସମ୍ପର୍କିତ ସମସ୍ତ ପ୍ରକ୍ରିୟାକୁ ସୁପରିଚାଳନା କରିବା ପାଇଁ ଖାଦ୍ୟ ଓ ସଂଗ୍ରହଣ ନୀତିକୁ କ୍ୟାବିନେଟ ମୋହର ମାରିଛି । ଖରିପ ଋତୁରେ ୫୫ ଲକ୍ଷ ମେଟିନ ଟନ୍ ଧାନ କିଣିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ ।

କ୍ୟାବିନେଟ ବୈଠକର ନିଷ୍ପତ୍ତି ଅନୁଯାୟୀ, ଲ୍ୟାମ୍ପସ ଓ ପାକ୍ସ ମାଧ୍ୟମରେ ଚାଷୀଙ୍କ ଠାରୁ ଧାନ କିଣାଯିବ । ଚାଷୀ ଧାନ ବିକ୍ରି କରିବାର ୨୪ରୁ ୭୨ ଘଣ୍ଟା ମଧ୍ୟରେ ପାଉଣା ପାଇବେ । ଏହି ଧାନ ବିକ୍ରି ଜନିତ ଚାଷୀଙ୍କ ଆକାଉଣ୍ଟରେ ଜମା ହେବ । ସେହିପରି ଚଳିତ ବର୍ଷ ସଂଗୃହୀତ ଧାନରୁ ଯେଉଁ ୩୭ ଲକ୍ଷ ମେଟ୍ରିକ ଟନ ଚାଉଳ ହେବ, ସେଥିରୁ ୨୩ ଲକ୍ଷ ମେଟ୍ରିକ ଟନ ଚାଉଳ ସାଧାରଣ ବଣ୍ଟନ ବ୍ୟବସ୍ଥା ପାଇଁ ରଖାଯାଇ ବଳକା ୧୪ ଲକ୍ଷ ମେଟ୍ରିକ ଟନ୍ ଏଫସିଆଇକୁ ଯୋଗାଇ ଦିଆଯିବ ।
ସେହିପରି କ୍ୟାବିନେଟ ଆଜି ଆମ ଗାଁ ଆମ ବିକାଶ ଗାଇଡଲାଇନ୍ସକୁ ମଞ୍ଜୁରି ଦେଇଛି । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପ ପାଇଁ ଚଳିତ ବଜେଟରେ ୧୨୫୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଆମ ଗାଁ ଆମ ବିକାଶ ମାଧ୍ୟମରେ ୧ ଲକ୍ଷରୁ ୧୦ ଲକ୍ଷ ଯାଏ ପ୍ରକଳ୍ପ କାର୍ଯ୍ୟ କରାଯିବ । ଏଥିରେ କୌଣସି ଠିକାଦାରଙ୍କୁ ନିଯୁକ୍ତି ଦିଆଯିବ ନାହିଁ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି ।

LEAVE A REPLY

Please enter your comment!
Please enter your name here