ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରିବା ପରେ ରୋଡ୍ ସୋ କରିଛନ୍ତି । ପୁରୀ ବଡଦାଣ୍ଡରେ ହଜାର ହଜାର ଲୋକ ରୋଡ୍ ସୋରେ ସାମିଲ ହୋଇ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ । ମୋଦୀ ମୋଦୀ ନାରାରେ ପ୍ରକମ୍ପିତ ହୋଇଥିଲା ପୁରୀ ବଡଦାଣ୍ଡ । ଗୋଟିପୁଅ ନୃଥ୍ୟ, ଓଡିଶୀ ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରି ମୋଦୀଙ୍କୁ ସ୍ବାଗତ କରାଯାଇଥିଲା । ରୋଡ୍ ସୋ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଗତକାଲି ସଂଧ୍ୟାରେ ଓଡିଶା ଗସ୍ତରେ ଆସି ରାଜଭବନରେ ରାତ୍ରୀଯାପନ କରିବା ପରେ ପ୍ରଧାନମନ୍ତ୍ରୀ ସକାଳେ ପୁରୀ ଯାଇଥିଲେ । ଶ୍ରୀଜୀଉଙ୍କ ଦର୍ଶନ ପରେ ସକାଳ ଆଠଟାରେ ରୋଡ୍ ସୋରେ ଯୋଗ ଦେଇଥିଲେ । ପୁରୀରୁ ସେ ଅନୁଗୁଳ ଯାଇ ସାଧାରଣ ସମାବେଶରେ ଯୋଗଦେଇ ଏଥର ଓଡିଶାରେ ବିଜେପି ସରକାର ଗଢିବ ବୋଲି କହିଛନ୍ତି । ଆସନ୍ତା 10 ତାରିଖରେ ବିଜେପି ମୁଖ୍ୟମନ୍ତ୍ରୀ ଓଡିଶାରେ ଶପଥ ନେବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏଥର ଓଡିଶାବାସୀ ଓଡିଆ କହୁଥିବା ଜଣେ ମୁଖ୍ୟମନ୍ତ୍ରୀ ପାଇବେ ବୋଲି ମୋଦୀ ସମାବେଶକୁ ଉଦବୋଧନ ଦେଇ କହିଛନ୍ତି ।

LEAVE A REPLY

Please enter your comment!
Please enter your name here