ଅରୁଣାଚଳ ପ୍ରଦେଶର ଏଗାରଟି ସ୍ଥାନର ନୂଆ ନାଁ ଦେଇଛି ଚୀନ । ଚୀନ ସରକାର ପ୍ରକାଶ କରିଥିବା ନୂଆ ନାମକରଣ ତାଲିକାରେ ଅରୁଣାଚଳ ପ୍ରଦେଶର ପାଞ୍ଚଟି ଶୃଙ୍ଗ ରହିଥିବା ବେଳେ ଦୁଇଟି ଆବାସିକ ସ୍ଥାନ, ଦୁଇଟି ସ୍ଥଳଭାଗ ଅଞ୍ଚଳ ଏବଂ ଦୁଇଟି ନଦୀ ରହିଛି । ତେବେ ଚୀନ୍ ସରକାର ଏଭଳି ପଦକ୍ଷେପ ନେବା ନୂଆକଥା ନୁହେଁ, ଏହା ଚୀନର ତୃତୀୟ ପଦକ୍ଷେପ ବୋଲି ଭାରତ ସରକାର କହିଛନ୍ତି । ଚୀନର ଏଭଳି ନାମକରଣକୁ ଭାରତ ଅଗ୍ରାହ୍ୟ କରିବା ସହ ଅରୁଣାଚଶ ପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ରହିଛି ଏବଂ ରହିବ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗଚୀ । ପୂର୍ବରୁ 2018 ଏବଂ 2021ରେ ଚୀନ ଏଭଳି ନୂଆ ନାମକରଣ ତାଲିକା ପ୍ରକାଶ କରିଥିଲା ।

LEAVE A REPLY

Please enter your comment!
Please enter your name here