ଆଜି ଶେଷ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ପ୍ରକାଶ ପାଇଥିବା ଏକଜିଟ୍ ପୋଲ୍ ରିପୋର୍ଟ ସମସ୍ତଙ୍କୁ ଚମକାଇ ଦେଇଛି । ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ଇତିହାସ ରଚିବା ଅପେକ୍ଷାରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବଡ ଝଟକା ଲାଗିବ । ବିଗତ ସବୁ ନିର୍ବାଚନରେ ସ୍ବିପ୍ କରୁଥିବା ବିଜେଡିକୁ ଏଥର ଚେକ୍ ଦେବ ବିଜେପି । 2019 ନିର୍ବାଚନରେ 12ଟି ଲୋକସଭା ଆଶନ ଜିତିଥିବା ବିଜେଡି ଏଥର ନିର୍ବାଚନରେ ଆହୁରି ଖରାପ ପ୍ରଦର୍ଶନ କରିବ ବୋଲି ଏକଜିଟ୍ ପୋଲ୍ ରିପୋର୍ଟରେ ପ୍ରକାଶ ପାଇଛି । ବିଜେଡିକୁ ଟକ୍କର ଦେଇ ବିଜେପି ଏଥର ଲୋକସଭା ନିର୍ବାଚନରେ 13 ରୁ 15 ଟି ଲୋକସଭା ଆସନ ଦଖଲ କରିନେବ । ସେହିପରି ବିଜେଡି ଆସନ ପୂର୍ବାପେକ୍ଷା 12 ରୁ 8 କୁ ଖସି ଆସିବାର ସମ୍ଭାବନା ସୃଷ୍ଟି ହୋଇଛି । କଂଗ୍ରେସକୁ ଗୋଟିଏ ଆସନ ମିଳିପାରେ ବୋଲି ଆକଳନ କରାଯାଇଛି ।
ଗତ ନିର୍ବାଚନରେ ବିଜେଡି ପୁରୀ ଲୋକସଭା ନିର୍ବାଚନରେ ବିଜୟ ହାସଲ କରିଥିବା ବେଳେ ଏଥର ଏହି ଆସନରେ ବିଜେପି ଜିତିବାର ସମ୍ଭାବନା ସୃଷ୍ଟି ହୋଇଛି । ସେହିପରି ବିଜେଡି ହାତରୁ ବ୍ରହ୍ମପୁର ଲୋକସଭା ଆସନ ବିଜେପି ହାତକୁ ଆସିବ ବୋଲି ଆକଳନ କରାଯାଉଛି । ବିଜେପିର ବିଜୟ ସମ୍ଭାବନା ଥିବା ଲୋକସଭା ନିର୍ବାଚନମଣ୍ଡଳୀଗୁଡିକ ମଧ୍ୟରେ ରହିଛି ବରଗଡ, ସୁନ୍ଦରଗଡ, ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, ନବରଙ୍ଗପୁର, ମୟୁରଭଞ୍ଜ, ବାଲେଶ୍ବର, ବଲାଙ୍ଗୀର, କଳାହାଣ୍ଡି, କେନ୍ଦ୍ରାପଡା, ବ୍ରହ୍ମପୁର, ଆସ୍କା ଓ ଭୁବନେଶ୍ବର ।
ଗତ ଲୋକସଭା ନିର୍ବାଚନରେ ବିଜେଡି 42 ପ୍ରତିଶତ ଭୋଟ ପାଇଥିବା ବେଳେ ବିଜେପି 38 ପ୍ରତିଶତ ଭୋଟ ପାଇଥିଲା । ମାତ୍ର ଏଥର ବିଜେପିର ଭୋଟ ହାର ଚଳିତ ନିର୍ବାଚନରେ 44 ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ସେହିପରି ଗତଥର 42 ପ୍ରତିଶତ ଭୋଟ ପାଇଥିବା ବିଜେଡିର ଭୋଟ ହାର 40 ପ୍ରତିଶତକୁ ହ୍ରାସ ପାଇବ ବୋଲି ଆକଳନ କରାଯାଉଛି ।

LEAVE A REPLY

Please enter your comment!
Please enter your name here