ଲଗାତର ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଷ୍ପୂଟ୍ର୍ବରପତି ଦ୍ରୁରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ତିନିଥର ପ୍ରଧାନମନ୍ତ୍ରୀ ହୋଇଥିଲେ ପଣ୍ଡିତ ଜବାହରଲାଲ ନେହରୁ । ତୃତୀୟ ପାଳିରେ ଶପଥ ଗ୍ରହଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେହରୁଙ୍କ ସମକକ୍ଷ ହୋଇପାରିଛନ୍ତି । ମୋଦୀଙ୍କ 71 ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । ମନ୍ତ୍ରୀମଣ୍ଡଳରେ 30 ଜଣ କ୍ୟାବିନେଟ, 5 ଜଣ ସ୍ବାଧୀନ ରାଷ୍ଟ୍ରମନ୍ତ୍ରୀ ଏବଂ 36 ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ନେଇଛନ୍ତି । ଶପଥ ଗ୍ରହଣ କରିଥିବା କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରେ ଓଡିଶାରୁ ତିନିଜଣ ରହିଛନ୍ତି । ସେମାନେ ହେଲେ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଓ ଜୁଏଲ ଓରାମ । ଅନ୍ୟମାନଙ୍କ ମଧ୍ୟରେ ବିଜେପିରୁ ରାଜନାଥ ସିଂହ, ଅମିତ ଶାହ, ନୀତିନ ଗଡକରି, ଜେପି ନଡ୍ଡା, ଶିବରାଜ ସିଂ ଚୌହ୍ବାନ, ନିର୍ମଳା ସୀତାରମଣ, ଏସ. ଜୟଶଙ୍କର, ମନୋହର ଲାଲ ଖଟ୍ଟର, ପୀୟୁଷ ଗୋୟେଲ, ସର୍ବାନନ୍ଦ ସୋନଓ୍ବାଲ, ପ୍ରହ୍ଲାଦ ଯୋଶୀ, ଗିରିରାଜ ସିଂ,ଜ୍ୟୋତିରାଦିତ୍ୟ ସିନ୍ଧିଆ, ଭୂପେନ୍ଦ୍ର ଯାଦବ, ଗଜେନ୍ଦ୍ର ସିଂହ ଶେଖାଓ୍ୱତ, ଅନ୍ନପୂର୍ଣ୍ଣା ଦେବୀ, କିରଣ ରିଜଜୁ, ହରଦୀପ ସିଂ ପୁରୀ, ମନସୁଖ ମାଣ୍ଡଭୀୟ, ଜି. କିଶନ ରେଡ୍ଡୀ, ସିଆର ପାଟିଲ ଶପଥ ଗ୍ରହଣ କରିଛନ୍ତି । ଜେଡିଏସରୁ ଏଚଡି କୁମାରସ୍ବାମୀ, ଟିଡିପିରୁ ରାମମୋହନ ନାଇଡୁ, ପ୍ରମୁଖ ଶପଥ ଗ୍ରହଣ କରିଛନ୍ତି ।
ରାଷ୍ଟ୍ରପତି ଭବନରେ ଆୟୋଜିତ ଏହି ଭବ୍ୟ ସମାରୋହରେ 9ହଜାର ଅତିଥି ଯୋଗ ଦେଇଥିଲେ । ପାକିସ୍ତାନ ବ୍ୟତୀତ ଅନ୍ୟ ସମସ୍ତ ପଡୋଶୀ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟମାନେ ଯୋଗ ଦେଇଥିଲେ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ ମଧ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here