ବହୁ ଚର୍ଚ୍ଚିତ ପରୀ ହତ୍ୟା ଘଟଣା । ଅଭିଯୁକ୍ତ ସରୋଜ କେଉଁଭଳି ଭାବେ ନାବାଳିକାକୁ ହତ୍ୟା କରିଥିଲା ତାର ପୁରା ଘଟଣା ବର୍ଣ୍ଣନା କରିଥିଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ସେପଟେ ଯେଉଁ ପ୍ରମାଣ ପାଇଁ ଯଦୁପୁର ପୋଖରୀରୁ ଜଳ ନିଷ୍କାସନ ହେଉଥିଲା । ମଙ୍ଗଳବାର ଦିନ ସେଇ ପ୍ରମାଣ ଏସଆଇଟି ଟିମ୍ ହାତରେ ଲାଗିଛି ବୋଲି କୁହାଯାଇଛି । ଯଦୁପୁର ଗାଁ ପୋଖରୀରୁ ମୃତ ନାବାଳିକାଙ୍କ ଲେଗିନ୍ସ ମିଳିଥିବା ବେଳେ ଆଜି ବି ପୋଖରୀ ଶୁଖା କାର୍ଯ୍ୟକ୍ରମ ଜାରି ରହିଛି । ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ୍ ଦ୍ୱାରା ଜଳ ନିଷ୍କାସନ ଚାଲିଥିବା ବେଳେ ଆଉ କିଛି ସୁରାକ୍ ମିଳିବ ବୋଲି ଆଶା ରଖିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ଗତକାଲି ମିଳିଥିବା ଲେଗିନ୍ସକୁ ଜବତ କରି ଏସଆଇଟି ରଖିଥିବା ବେଳେ ଘଟଣା ଦିନ ପରୀ ପିନ୍ଧିଥିବା ଲେଗିନ୍ସର ରଙ୍ଗ ସହ ମିଳିଥିବା ଲେଗିନ୍ସ ମିଶୁଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here