ଆସନ୍ତାକାଲି ଜନତା ମଇଦାନରେ ନୂଆ ସରକାର ଶପଥଗ୍ରହଣ କରିବେ । ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ କେନ୍ଦ୍ରୀୟ ନେତା, ମନ୍ତ୍ରୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପ୍ରାୟ 30 ହଜାର ଲୋକଙ୍କ ସମାବେଶ ହେବ ବୋଲି ଆକଳନ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ଆସନ୍ତାକାଲି ପାଇଁ ରାଜଧାନୀରେ ବ୍ୟାପକ ଟ୍ରାଫିକ କଟକଣା କରାଯାଇଛି । ଦିନ ଦୁଇଟାରୁ ସଂଧ୍ୟା ସାତଟା ପର୍ଯ୍ୟନ୍ତ ଜୟଦେବ ବିହାର ଛକଠାରୁ କଳିଙ୍ଗ ହସପିଟାଲ ପର୍ଯ୍ୟନ୍ତ ରାସ୍ତାରେ ସାଧାରଣ ଯାନବାହନ ଚଳାଚଳ ବନ୍ଦ ରହିବ । କେବଳ ପାସ୍ ଥିବା ଗାଡିଗୁଡିକୁ ସେହି ରାସ୍ତାରେ ଛଡାଯିବ । ସେହିପରି ଶପଥଗ୍ରହଣ ଉସ୍ତବକୁ ଗାଡିରେ ଆସୁଥିବା ସାଧାରଣ ଲୋକେ ଆଚାର୍ଯ୍ୟବିହାର, ଆପୋଲ ହସପିଟାଲ ଦେଇ ଯାଇପାରିବେ । ଆପୋଲୋ ହସପିଟାଲ ନିକଟରେ ଗାଡି ପାର୍କିଂ କରି ସଭାସ୍ଥଳକୁ ଚାଲି ଚାଲି ଯିବାକୁ ପଡିବ । ରାଜଭବନ ଛକଠାରୁ ଜନତା ମଇଦାନ ପର୍ଯ୍ୟନ୍ତ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । 67 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here