ଭୁବନେଶ୍ୱର ପଟିଆ ସ୍ଥିତ ବିଗ୍ ବଜାର ସିଲ୍ । ବିଏମସି କମିଶନର ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସିଲ କରାଯାଇଛି । ପରିମଳ, ଅଗ୍ନି ନିବାପନ ବ୍ୟବସ୍ଥା ଓ ପାର୍କିଂ ସମସ୍ୟା କାରଣରୁ ପଟିଆ ବିଗ୍ ବଜାରକୁ ସିଲ୍ କରାଯାଇଛି । ସିଲ୍ ସମ୍ପର୍କରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ । ମୁଖ୍ୟତଃ ପାର୍କିଂ ସମସ୍ୟା ସୁଧାରିବାକୁ ବିଏମ୍‌ସି ଏବେ ଅଣ୍ଟା ଭିଡ଼ିଛି। ପାର୍କିଂ ପାଇଁ ଜାଗା ନଥିବାରୁ ଅନେକ ସମୟ ରାଜଧାନୀର ଅନେକ ରୁଟରେ ଭୀଷଣ ଟ୍ରାଫିକ ଜାମ ଲାଗିରହେ। ଏହାର ନିୟନ୍ତ୍ରଣ ଲାଗି ସରକାର ପାର୍କିଂ ଜାଗା ନଥିବା ସଂସ୍ଥାକୁ ଯାଞ୍ଚ କରିବାକୁ ସ୍କ୍ଵାର୍ଡ ଗଠନ କରିବାକୁ ବିଏମସି କୁ ନିର୍ଦ୍ଦେଶ ଦେଇ ଥିଲେ। ଏମିତିକି ବିଭିନ୍ନ ମଣ୍ଡପ ଓ ମଲ୍‌ରେ ପାର୍କିଂ ବ୍ୟବସ୍ଥା ନଥିବାରୁ ତାରି ସାମ୍ନାରେ ଗାଡ଼ି ଛିଡ଼ା ହେଉଥିବାରୁ ରାସ୍ତା ଜାମ ହେଉଛି ଏବଂ ସେହି ରାସ୍ତା ଦେଇ ଯାଉଥିବା ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here