ଆଫଗାନୀସ୍ତାନ ରାଷ୍ଟ୍ରପତି ଅଶରାଫ ଘାନି ବୁଧବାର ଭାରତ ଗସ୍ତରେଆସି ନୂଆଦିଲ୍ଲୀରେ ପହଁଞ୍ଚିଛନ୍ତି । ଦିଲ୍ଲୀରେ ପହଁଞ୍ଚି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କେତେକ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଦୁଇଦେଶର ଆଞ୍ଚଳିକ ସୁରକ୍ଷା ଓ ବାଣିଜ୍ୟକୁ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଉଛି । ଦୁଇଦେଶର ଭିତ୍ତିଭୂମି ବିକାଶ ସମ୍ପର୍କିତ କେତେକ ପ୍ରସଙ୍ଗ ଉପରେ ମଧ୍ୟ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି ।