ଚିଲିକା ଉପରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ହେଲିକପ୍ଟର ଉଡାଇବା ଘଟଣାରେ ଇମ୍ପାର ଏକ ୫ଜଣିଆ ଟିମ୍ ବୁଧବାର ପୁରୀ ସଦର ଥାନାକୁ ଆସି ଅରଖକୁଦା ସାମୁଦ୍ରିକ ଥାନା ଅଧିକାରୀଙ୍କ ନିକଟରେ ହାଜର ହୋଇଛନ୍ତି । ହେଲିକପ୍ଟର ଉଡାଣ ସମ୍ପର୍କରେ ସେମାନେ ସବିଶେଷ ତଥ୍ୟ ରଖିଥିବା ଜଣାପଡିଛି । ପୂର୍ବାହ୍ନ ସାଢେ ୧୧ଟା ପର୍ଯ୍ୟନ୍ତ ଆଲୋଚନା ଜାରି ରହିଛି । ସବିଶେଷ ତଥ୍ୟ ହସ୍ତଗତ ହୋଇନାହିଁ ।
ପୋଲିସ ମଙ୍ଗଳବାର ହେଲିକପ୍ଟରର ପାଇଲଟ ତଥା ବୈଜୟନ୍ତ ଏବଂ ଉକ୍ତ ହେଲିକପ୍ଟରରେ ଥିବା ଦୁଇ ବନ୍ଧୁ ଅଭିଜିତ ଆୟାର ମିତ୍ର ଏବଂ ଆରତୀ ଟିକୋଙ୍କୁ ବୁଧବାର ୧୨ଟାରେ ହାଜର ହେବା ପାଇଁ ନୋଟିସ ଜାରି କରାଯାଇଥିଲା । କିନ୍ତୁ ସେମାନେ ହାଜର ହୋଇନଥିବାବେଳେ ଏକ ୫ଜଣିଆ ଟିମ୍ ହାଜର ହୋଇ ତଥ୍ୟ ରଖିଛନ୍ତି ।
ଚିଲିକା ଉପରେ ହେଲିକପ୍ଟର ଉଡାଣ ନେଇ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଚର୍ଚ୍ଚା ପରିସରକୁ ଆସିଥିବାବେଳେ ତାଙ୍କ ସହଯୋଗୀ ଅଭିଜିତ ଆୟାର ମିତ୍ରଙ୍କର କୋଣାର୍କ ମନ୍ଦିରକୁ ନେଇ ଦେଇଥିବା ଅରୁଚିକର ମନ୍ତବ୍ୟ ତାଙ୍କୁ ଅଡୁଆ ଭିତରକୁ ଟାଣି ଆଣିଛି ।

LEAVE A REPLY

Please enter your comment!
Please enter your name here