ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇବା ପାଇଁ ଭାରତୀୟ ହକି ଟିମକୁ 52 ବର୍ଷ ଲାଗିଗଲା । ଆଜି ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ଭାରତୀୟ ହକି ଟିମ୍ ଅଷ୍ଟ୍ରେଲିଆକୁ ହରାଇ ଇତିହାସ ରଚିଛି । 1972 ଅଲିମ୍ପିକ୍ସରେ ଭାରତ ଅଷ୍ଟ୍ରେଲିଆକୁ ହରାଇଥିଲା । ଏହା ପରଠାରୁ ଭାରତ ଯେତେ ଚେଷ୍ଟା କଲେ ବି ଅଷ୍ଟ୍ରେଲିଆ ଠାରୁ ପରାଜୟ ବରଣ କରି ଆସୁଥିଲା । ମାତ୍ର ଆଜିର ମ୍ୟାଚରେ ଭାରତ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ 3-2 ଗୋଲରେ ହରାଇ 52 ବର୍ଷର ହାରିବା ରେକର୍ଡ ଧାରାକୁ ଭାଙ୍ଗିଛି । ଅଷ୍ଟ୍ରେଲିଆ ବିପକ୍ଷରେ ଆକ୍ରମଣାତ୍ମକ ଖେଳ ଖେଳି ମ୍ୟାଚର ପ୍ରଥମ 12 ମିନିଟରେ ଅଭିଷେକ ପ୍ରଥମ ଗୋଲ୍ ଦେଇଥିଲେ । ଏହାର ଗୋଟିଏ ମିନିଟ୍ ପରେ ଭାରତକୁ ମିଳିଥିବା ପେନାଲିଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ ଅଧିନାୟକ ହରମନପ୍ରୀତ । ଭାରତ 2-0ରେ ଆଗୁଆ ରହି ଅଷ୍ଟ୍ରେଲିଆ ଉପରେ ଚାପ ପକାଇବାରେ ସକ୍ଷମ ହୋଇଥିଲା । ଦ୍ବିତୀୟ କ୍ବାର୍ଟରରେ ଅଷ୍ଟ୍ରେଲିଆ ଭାରତକୁ ଗୋଟିଏ ଗୋଲ୍ ଦେଇ ମ୍ୟାଚକୁ 2-1କୁ ନେଇଥିଲା । ପରେ ଭାରତକୁ ଆଉ ଏକ ପେନାଲିଟି କର୍ଣ୍ଣର ମିଳିଥିଲା ଏବଂ ଭାରତର ଅଧିନାୟକ ହରମନପ୍ରୀତ ଗୋଲ୍ ଦେଇଥିଲେ । ଶେଷ କ୍ବାର୍ଟରରେ ପୁଣି ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ ଗୋଟିଏ ଗୋଲ୍ ଦେବାକୁ ସଫଳ ହୋଇଥିଲା । ଫଳରେ ଭାରତ 32 ବର୍ଷ ପରେ ଅଷ୍ଟ୍ରେଲିଆ ବିପକ୍ଷରେ 3-2 ରେ ମ୍ୟାଚ ଜିତି ଇତିହାସ ରଚିଥିଲା ।

LEAVE A REPLY

Please enter your comment!
Please enter your name here