ଭାରତୀୟ ପାଣିପାଗ ବିଭାଗ ସମ୍ଭାବ୍ୟ ବାତ୍ୟା ନେଇ ସତର୍କ ସୂଚନା ଜାରି କରିଛି । ଆଇଏମଡି ପକ୍ଷରୁ ପ୍ରକାଶିତ ସର୍କୁଲାର ଅନୁଯାୟୀ, ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା ଚବିଶଘଣ୍ଟା ଭିତରେ ଲଘୁଚାପରେ ପରିଣତ ହେବ । 22 ତାରିଖ ବେଳକୁ ଏହା ଅବପାତର ରୂପ ନେଇ 23 ତାରିଖ ବେଳକୁ ବାତ୍ୟାରେ ପରିଣତ ହେବ । 24 ତାରିଖରେ ଏହା ଓଡିଶା – ପଶ୍ଚିମବଙ୍ଗ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଦେଇଥିବା ସୂଚନା ଅନୁଯାୟୀ ବାତ୍ୟା ସିଭିୟର ସାଇକ୍ଲନିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଓଡିଶା ଉପକୂଳରେ 23 ତାରିଖ ପରଠାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯଦିଓ ବାତ୍ୟାର ଗତି ଓ ଦିଗ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, ତଥାପି ସମ୍ଭାବ୍ୟ ବାତ୍ୟା ଓଡିଶା ଅଥବା ପଶ୍ଚିମବଙ୍ଗ ଉପକୂଳରେ ଲ୍ୟାଣ୍ଡଫଲ୍ କରିପାରେ ବୋଲି ଆକଳନ କରାଯାଇଛି ।

LEAVE A REPLY

Please enter your comment!
Please enter your name here