ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ଦୁଇ ଭଉଣୀଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା । ଛ ଜଣ ଦୁର୍ବୃତ୍ତ ଦୁଇ ଭଉଣୀଙ୍କୁ ଦୁଷ୍କର୍ମ କରିବା ପରେ ସେମାନଙ୍କୁ ହତ୍ୟା କରି ଗଛରେ ଝୁଲାଇ ଦେଇଥିଲେ । ଏହି ଘଟଣାରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି । ଲଖିମପୁର ଖେରି ଘଟଣା ପୁଣି ଥରେ ସାରା ଦେଶରେ ଆଲୋଡନ କରିଛି ।
ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ଲଖିମପୁର ଖେରି ଗାଁର ଦୁଇ ଦଳିତ ଭଉଣୀଙ୍କ ମୃତ ଦେହ ଗାଁ ପାଖ ବଗିଚାରେ ଗଛରେ ଝୁଳୁଥିବାର ଦେଖିବାକୁ ମିଳିଥିଲା । ଦୁଇ ଯୁବତୀଙ୍କ ଘର ଲୋକ ସେମାନଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ କରିଥିଲେ ହେଁ ପୋଲିସ ଏହାକୁ ଅସ୍ବାକୀର କରିଛି । ପୋଲିସ କହିଛି, ଦୁଇ ଦଳିତ ଭଉଣୀଙ୍କୁ ପଡୋଶୀ ଗାଁର ସୁହେଲ ଓ ଜୁନେଦ ସାଙ୍ଗରେ ବାଇକରେ ଯାଇଥିଲେ । ଦୁଇ ଯୁବକଙ୍କ ସହ ପୀଡିତାଙ୍କ ପରିଚୟ ଥିଲା । ଦୁଇ ଅଭିଯୁକ୍ତ ଜୁହେଦ ଓ ସୁହେଲ ସେମାନଙ୍କୁ ବାଇକରେ ବସାଇ ଗାଁ ନିକଟସ୍ଥ ଆଖୁ ବଗିଚାକୁ ନେଇଯାଇଥିଲେ । ସେଠାରେ ସେମାନେ ଦୁଇ ଦଳିତ ଭଉଣୀଙ୍କୁ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମର ଶୀକାର ହୋଇଥିବା ଦୁଇ ଭଉଣୀଙ୍କ ବୟସ 15 ଓ 17 ବର୍ଷ । ଦୁଷ୍କର୍ମ ପରେ ଦୁଇ ଭଉଣୀ ସେମାନଙ୍କୁ ବିବାହ କରିବା ପାଇଁ ଜିଦ କରିଥିଲେ । ଏଥିରେ କ୍ରୋଧିତ ହୋଇ ଦୁଇ ଯୁବକ ଦୁଇ ଭଉଣୀଙ୍କ ଗଳାକୁ ଦୁପଟାରେ ଗୁଡେଇ ହତ୍ୟା କରିଥିଲେ । ହତ୍ୟା କରିବା ପରେ ଅପରାଧ ଲୁଚେଇବାକୁ ସେମାନେ କରିମୁଦ୍ଦିନ ଓ ଆରିଫକୁ ଡାକିଥିଲେ । ସମସ୍ତେ ମିଶି ଦୁଇ ଭଉଣୀଙ୍କ ମୃତଦେହକୁ ଗଛରେ ଟାଙ୍ଗି ଦେଇ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲେ । ପୋଷ୍ଟମର୍ଟମ ରିପୋର୍ଟରେ ସେମାନଙ୍କୁ ଗଳାଚିପି ହତ୍ୟା କରାଯାଇଥିବା ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here