ବାତ୍ୟା ଦାନା ଭିତରକନିକାରୁ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ସମ୍ଭାବନା ଦୃଢ ହୋଇଥିବାରୁ ବାତ୍ୟା ମୁକାବିଲା ପାଇଁ ଅଧିକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଘଣ୍ଟାକୁ 12 କିଲୋମିଟର ବେଗରେ ଦାନା ଉପକୂଳ ମୁହାଁ ହୋଇଥିବାରୁ 24 ତାରିଖ ମଧ୍ୟରାତିରୁ 25 ତାରିଖ ସକାଳ ସୁଦ୍ଧା ଦାନା ଲ୍ୟାଣ୍ଡଫଲ୍ କରିବ । ଭିତରକନିକା ଅଞ୍ଚଳରେ ଯଦି ସ୍ଥଳଭାଗ ଛୁଇଁବ, ତେବେ ଉପକୂଳରେ ଥିବା ହେନ୍ତାଳବଣ ଅଧିକ କ୍ଷତିଗ୍ରସ୍ତ ହେବ । ତେବେ ବିପର୍ଯ୍ୟୟଜନିତ କ୍ଷୟକ୍ଷତି ରୋକିବା ପାଇଁ ଏବଂ ଜିରୋ କାଜୁଆଲିଟି ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଛି । ଜନସାଧାରଣ ପ୍ରଶାସନକୁ ସହଯୋଗ କରିବାକୁ ସରକାର ନିବେଦନ କରିଛନ୍ତି ।
ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ବେଳେ ବେଳେ କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବରରେ ପବନର ବେଗ ଘଣ୍ଟା ପ୍ରତି ଶହେରୁ 120 କିଲୋମିଟର ରହିବାର ସମ୍ଭାବନା ରହିଛି । ଏକ ମିଟର ଅବା ତାଠୁ ଉଚ୍ଚ ଜୁଆର ଉଠିବାର ସମ୍ଭାବନା ରହିଛି । ଅଧିକ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରୁ ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଲୋକମାନଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ପ୍ରଶାସନ ପକ୍ଷରୁ ଜାରି ରହିଥିବା ବେଳେ କେନ୍ଦ୍ରାପଡା, ରାଜନଗର, ଧାମରା ଅଞ୍ଚଳରେ ଓଡ୍ରାଫ ଓ ଏନଡିଆରଏଫ ଟିମ୍ ମୁତୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here