ବିଜେପିକୁ ଫେରିଲେ ବରିଷ୍ଠ ନେତା ବିଜୟ ମହାପାତ୍ର . ଗତବର୍ଷ ନଭେମ୍ବର ୩୦ ତାରିଖରେ ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟ ଦଳରୁ ଇସ୍ତଫା ଦେଇଥିଲେ. ଏହାପରେ ବିଜୟ ବିଜେଡି କିମ୍ବା କଂଗ୍ରେସକୁ ଫେରିବା ନେଇ ଚର୍ଚ୍ଚା ହେଉଥିଲା. କିନ୍ତୁ ଏହାକୁ ବିଜୟ ସସପେନ୍ସ ରଖିଥିଲେ. ସେ କେଉଁ ଦଳରେ ଯୋଗ ଦେଇନଥିଲେ . ତେବେ ଆଜି ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି.  ବିଜୟ ପୁଣି ବିଜେପିରେ ସାମିଲ ହୋଇଛନ୍ତି. ଆସନ୍ତା କାଲି ଜୟପୁରରେ ମୋଦିଙ୍କ ହେବାକୁ ଥିବା ସମାବେଶରେ ସେ ଦଳରେ ଯୋଗ ଦେବେ . ଗୁରୁବାର ସକାଳେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ ଏବଂ ବୈଜୟନ୍ତ ପଣ୍ଡା ବିଜୟ ମହାପାତ୍ରଙ୍କ ବାସଭବନରେ ପହଞ୍ଚିବା ପରେ ଏହି ଖବର ସାମ୍ନାକୁ ଆସିଛି. ବିଜୟ ଏବେ ବି ବିଜେପିରେ ଅଛନ୍ତି ଏବଂ ତାଙ୍କ ଇସ୍ତଫା ପତ୍ର ଏବେ ବି ଗ୍ରହଣ କରାଯାଇନାହିଁ ବୋଲି କହିଛନ୍ତି ବିଜେପି ରାଜ୍ୟ ବସନ୍ତ ପଣ୍ଡା. ତେବେ କେନ୍ଦ୍ରାପଡା ମହାକାଳପଡା ପାଇଁ ଦଳ ତାଙ୍କୁ ଟିକଟ ଦେଇପାରେ ବୋଲି ଖବର ମିଳିଛି.

LEAVE A REPLY

Please enter your comment!
Please enter your name here