ପ୍ରଶାସନର କଠିନ ନିୟମ ମଧ୍ୟରେ ଆମେରିକାର ନାଗରିକତା ପ୍ରାପ୍ତ କରିବା ବହୁ ଭାରତୀୟଙ୍କ ପାଇଁ ସ୍ୱପ୍ନ. ତେବେ 2017 ରେ ଆମେରିକାରେ ଭାରତୀୟ ନାଗରିକଙ୍କ ସଂଖ୍ୟା 10 ପ୍ରତିଶତ ବୃଦ୍ଧି ପାଇଛି. 50802 ଜଣ ଭାରତୀୟ ଆମେରିକାର ନାଗରିକତ୍ବ ଗ୍ରହଣ କରିଛନ୍ତି. ଆମେରିକାର ଆଭ୍ୟନ୍ତରୀଣ ସୁରକ୍ଷା ବିଭାଗ ପ୍ରକାଶ କରିଥିବା ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି. ପୂର୍ବ ଆର୍ଥିକ ବର୍ଷରେ ଏହି ସଂଖ୍ୟା 46,188 ଥିଲା. ପୂର୍ବବର୍ଷ ତୁଳନାରେ 4600 ଜଣ ଅଧିକ ଭାରତୀୟ ଆମେରିକା ନାଗରିକତ୍ବ ଗ୍ରହଣ କରିଛନ୍ତି. ଏତେ ସଂଖ୍ୟାରେ ଆମେରିକା ନାଗରିକତ୍ବ ଗ୍ରହଣ କରୁଥିବା କ୍ଷେତ୍ରରେ ଭାରତ ଦ୍ବିତୀୟ ସ୍ଥାନରେ ରହିଛି. ମେକ୍ସିକୋ ପ୍ରଥମରେ ଥିବା ବେଳେ ଭାରତ ପଛକୁ ଚାଇନା ରହିଛି.

ଯେଉଁମାନେ ଆମେରିକାର ନାଗରିକ ହେବା ପାଇଁ ଚିନ୍ତା କରୁଛନ୍ତି, ସେମାନଙ୍କ ପାଇଁ ଏହା ଏତେ ସହଜ ନୁହେଁ. 7 ବର୍ଷ ଧରି ଆମେରିକାକୁ ପ୍ରବେଶ କରୁଥିବା ଭାରତୀୟଙ୍କ ସଂଖ୍ୟା 8.3 ଲକ୍ଷକୁ ବୃଦ୍ଧି ପାଇଛି. 2017 ମଧ୍ୟରେ ପ୍ରାୟ 7 ଲକ୍ଷ ଭାରତୀୟ ନାଗରିକଙ୍କୁ ଆମେରିକା ସରକାରଙ୍କ ଦ୍ୱାରା ନାଗରିକତା ପ୍ରଦାନ କରାଯାଇଥିଲା.

 

LEAVE A REPLY

Please enter your comment!
Please enter your name here