ଗାଈ ଗୋବରରୁ ପ୍ରସ୍ତୁତ ସାବୁନ ଏବଂ ଅନ୍ୟ ଗୋ ପ୍ରସ୍ତୁତ ସାମଗ୍ରୀକୁ ଆମାଜନରେ ଉପଲବ୍ଧ କରାଇବା ପାଇଁ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ ପରିଚାଳିତ ସଂସ୍ଥା ଯୋଜନା କରୁଛି. ଏହାକୁ ବାଦ୍ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଯୋଗିଙ୍କ କୁର୍ତା ମଧ୍ୟ ଆମାଜନରେ ମିଳିବ ବୋଲି କହିଛି ଏହି ସଂସ୍ଥା. ଏକ ଫାର୍ମାସୀ ଦ୍ୱାରା ସମର୍ଥିତ ରାଷ୍ଟ୍ରିୟ ସ୍ୱଂୟ ସେବକ ସଂଘ (ଆରଏସଏସ) ପ୍ରାକୃତିକ ସୈାନ୍ଦର୍ଯ୍ୟ ପ୍ରସାଧନ ସାମଗ୍ରୀ ଏବଂ ଔଷଧ ପ୍ରବୃତ୍ତିର ବିକ୍ରି ଆମାଜନରେ କରିବ ବୋଲି କହିଛି. ରିପୋର୍ଟ ଅନୁସାରେ ମଥୁରାସ୍ଥିତ ଆରଏସଏସ ସମର୍ଥିତ କେନ୍ଦ୍ର, ‘ଦୀନ ଦୟାଲ ଧାମ’  ପାଖାପାଖି 30 ପ୍ରକାର ଉତ୍ପାଦକୁ ଆମାଜନ ମାଧ୍ୟମରେ ଗ୍ରାହକଙ୍କ ପାଖରେ ପହଞ୍ଚାଇବ ବୋଲି ସ୍ଥିର କରିଛି. ସେହି କେନ୍ଦ୍ରରେ ସିଲାଇ ହେଉଥିବା ଡ୍ରେସ ମଧ୍ୟ ମୋଦି ଏବଂ ଯୋଗୀଙ୍କ ପରି ହେବ ବୋଲି କୁହାଯାଇଛି. ଆରଏସଏସର ପ୍ରବକ୍ତା ଅରୁଣ କୁମାକ କହିଛନ୍ତି, ସ୍ଥାନୀୟ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ.ଏହି କେନ୍ଦ୍ର ବର୍ତ୍ତମାନ ମାସିକ 1 ଲକ୍ଷ ଟଙ୍କାର ଉତ୍ପାଦ ବିକ୍ରି କରି 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଛି.

LEAVE A REPLY

Please enter your comment!
Please enter your name here