ଭୁବନେଶ୍ବର : ଅଧାରେ ରହିଗଲା କୁମ୍ଭମେଳାକୁ ଯିବା ସ୍ୱପ୍ନ । ବିହାରରେ ଓଲଟିଲା ଓଡ଼ିଶାରୁ ଯାଉଥିବା ଯାତ୍ରୀବାହୀ ବସ୍ । ଘଟଣାକ୍ରମେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁଙ୍କୁ ପ୍ରୟାଗରାଜ କୁମ୍ଭମେଳାକୁ ନେଇ ଯାଉଥିବା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ 35ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡ଼ିଛି । ବସ୍ ରେ 70ରୁ ଅଧିକ ଯାତ୍ରୀ ଥିଲେ । ବିହାରରେ ବସ୍ ଟି ଏକ ଡମ୍ପରକୁ ପଛପଟୁ ଧକ୍କା ଦେବାରୁ ବସ୍ ଟି ଓଲଟି ଯାଇଥିଲା । ସମସ୍ତ ଆହତଙ୍କୁ ସେଠାର ଏକ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here