କଟକ: ଐତିହାସିକ ବାଲିଯାତ୍ରା ତଳ ପଡ଼ିଆରେ ଏକ ଅଘଟଣ ଘଟିଛି । ରାମଦୋଳିରୁ ଖସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ,ତଳ ପଡ଼ିଆରେ ଥିବା ବାସୁଦେବ ନାମକ ଦୋଳି ସଂସ୍ଥାର ରାମଦୋଳିରେ ଏହି ଅଘଟଣ ଘଟିଛି l ଦୋଳିର ବଗି ଛିଡ଼ି ନଥିବା ସତ୍ତ୍ୱେ ଦୁଇଜଣ ତଳକୁ ଖସି ପଡ଼ିଥିଲେ। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହାପରେ ଦୋଳି ବନ୍ଦ ନେଇ ସୂଚନା ଦେଇଛନ୍ତି ଏସିପି ଗିରିଜା ଶଙ୍କର ଚକ୍ରବର୍ତ୍ତୀ। ଦୋଳି ଗୁଡିକର ଡକ୍ୟୁମେଣ୍ଟ ପୁଣି ଯାଞ୍ଚ ହେବ । ପରେ ଦୋଳିର ଟେକ୍ନିକାଲ ଟିମ୍ ର ମତ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ।ଉଦଘାଟନୀ ପରଠୁ ପ୍ରତ୍ୟେକ ଦିନ ବାଲିଯାତ୍ରାରେ ଅଘଟଣ ଘଟିଚାଲିଛି । ଗତ ମଙ୍ଗଳବାର ଦିନ ଜଣେ ପୋଲିସ ASIଙ୍କର ମୃତ୍ୟୁ ଘଟିଥିବା ବେଳେ ସମାନ ଦିନ ଜଣେ ଯାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ ମାତ୍ର ଆମ୍ବୁଲାନ୍ସ ନଥିବାରୁ ପିସିଆରରେ ହସ୍ପିଟାଲକୁ ନେବାକୁ ପଡିଥିଲା । ବୁଧବାର ଦିନ ମଧ୍ୟ ପଶ୍ଚିମବଙ୍ଗରୁ ଆସିଥିବା ଜଣେ ବ୍ୟବସାୟୀ ନଦୀରେ ଖସି ପ୍ରାଣ ହରାଇଥିଲେ ।

LEAVE A REPLY

Please enter your comment!
Please enter your name here