ନୂଆଦିଲ୍ଲୀ : ନୂଆଦିଲ୍ଲୀ ରାମଲୀଳା ମଇଦାନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆନୁଷ୍ଠାନିକ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, 20ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ବିଜେପି ନେତାଙ୍କ ଗହଣରେ ଆୟୋଜିତ ଏହି ଶପଥ ଗ୍ରହଣ ଉତ୍ସବରେ ରେଖା ଗୁପ୍ତାଙ୍କ ସହ ପରଭେଶ ବର୍ମା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବାରେ ରେଖା ଗୁପ୍ତା ହେଉଛନ୍ତି ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ । ତାଙ୍କ ପୂର୍ବରୁ କଂଗ୍ରେସର ଶୀଲା ଦିକ୍ଷିତ, ବିଜେପି ନେତ୍ରୀ ସୁଷମା ସ୍ବରାଜ ଓ ଆପ୍ ନେତ୍ରୀ ଆତିଶ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି ।
ରେଖା ଗୁପ୍ତା ସାଲିମାରବାଗ୍ ବିଧାନସଭା ଆସନରୁ ପ୍ରଥମଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଛାତ୍ର ରାଜନୀତିରୁ ସକ୍ରୀୟ ଥିବା ରେଖା ଦିଲ୍ଲୀ ବିଶ୍ବବିଦ୍ୟାଳୟର ଛାତ୍ରସଂସଦ ସଭାପତି ନିର୍ବାଚିତ ହୋଇଥିଲେ ।