ଅପରାଧିକ ମାମଲାରେ ବିଚାରାଧୀନ ଥିବା ଦାଗୀ ନେତା ବି ଲଢିପାରିବେ ନିର୍ବାଚନ. ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ. ଚାର୍ଜସିଟ୍ ଆଧାରରେ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ଆଜି କହିଛନ୍ତି । ସୁପ୍ରିମକୋର୍ଟର ୫ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ଏହାସହ ନିର୍ବାଚନ ଲଢିବା ଉପରେ ବି କୌଣସି ପ୍ରତିବନ୍ଧକ ଲାଗିପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।
ସୁଚନା ଅନୁସାରେ ନିର୍ବାଚନ ଲଢିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି ଯେ, ଏହାର ବିଚାର ସଂସଦ କରିବା ଆବଶ୍ୟକ । ଏଭଳି ମାମଲାରେ ଜଡିତ ଥିବା ବ୍ୟକ୍ତି ବିଶେଷ ଯେପରି ରାଜନୀତିକୁ ନଆସିବେ ସେଥିପ୍ରତି ସଂସଦ ଦୃଷ୍ଟିଦେବା ନେଇ ସର୍ବୋଚ୍ଚ ଅଦାଲତ ରାୟ ଦେଇଛନ୍ତି । ରାଜନୀତିରେ ଅପରାଧ ରୋକିବାକୁ ପ୍ରୟାସ ହେବା ଜରୁରୀ । ତେଣୁ ନିର୍ବାଚନ ଲଢିବାକୁ ଥିବା ଦଳୀୟ ନେତାଙ୍କ ଅପରାଧିକ ମାମଲାର ସମସ୍ତ ତଥ୍ୟ ଦଳୀୟ ୱେବସାଇଟରେ ରହିବ । ତେଣୁ ସଂସଦ ଏହାର ନିଷ୍ପତ୍ତି ନେବା ଜରୁରୀ ।
ତେବେ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ନିଷ୍ପତ୍ତି ଶୁଣାଇଛନ୍ତି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଫଲି ନରିମନ, ଏ.ଏମ ଖାନୱିଲକର, ଡି.ୱାଇ ଚନ୍ଦ୍ରଚୁଡ ଓ ଇନ୍ଦୁ ମଲହୋତ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ନିଷ୍ପତ୍ତି ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here