ମୟୂରଭଞ୍ଜ : ଗ୍ରାହକ ସାଜି ଆସିଲେ ଏବଂ ବ୍ୟାଙ୍କରୁ 30 ଲକ୍ଷ ଟଙ୍କା ଲୁଟି ନେଲେ । ମୟୂରଭଞ୍ଜ ଜିଲ୍ଲା ବହଳଦା ସ୍ଥିତ ଏସବିଆଇ ଶାଖାରୁ ପ୍ରାୟ 30 ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏପରିକି ଦୁର୍ବୃତ୍ତଙ୍କ ମାଡ଼ରେ ବ୍ୟାଙ୍କର ଦୁଇ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗୁରୁବାର ସକାଳେ ବ୍ୟାଙ୍କ ଖୋଲିବାର କିଛି ସମୟ ପରେ ପାଞ୍ଚ ଜଣ ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ବ୍ୟାଙ୍କରେ ପହଞ୍ଚିଥିଲେ । ସମସ୍ତେ ମୁଖା ପିନ୍ଧିଥିଲେ । ସେମାନଙ୍କ ମଧ୍ୟରୁ ତିନିଜଣ ବ୍ୟାଙ୍କରେ ପ୍ରବେଶ କରିଥିଲେ ଏବଂ ଦୁଇଜଣ ବାହାରେ ଜଗିକି ରହିଥିଲେ । ବ୍ୟାଙ୍କ ଭିତରକୁ ପଶି ଗ୍ରାହକଙ୍କୁ ବନ୍ଧୁକ ଦେଖାଇ କର୍ମଚାରୀ ଓ ଗ୍ରାହକଙ୍କୁ ଭୟଭୀତ କରାଇ ଟଙ୍କା ଲୁଟିଥିଲେ । ଯେତେବେଳେ ବ୍ୟାଙ୍କ ମ୍ୟାନେଜରଙ୍କ ସମେତ ଅନ୍ୟମାନେ ଏହାକୁ ବିରୋଧ କଲେ, ସେତେବେଳେ ଦୁର୍ବୃତ୍ତମାନେ ସେମାନଙ୍କୁ ମାଡ଼ ମାରିଥିଲେ ଏବଂ 30 ଲକ୍ଷରୁ ଅଧିକ ଟଙ୍କା ନେଇ ଫେରାର ହୋଇଗଲେ । ଘଟଣାସ୍ଥଳରେ ରାଇରଙ୍ଗପୁର ଅତିରିକ୍ତ ଏସପି, ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଆହତଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here