ମୁମ୍ବାଇ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ହତ୍ୟା ଧମକ ମିଳିଛି । ଇମେଲ ଜରିଆରେ ସିନ୍ଦେଙ୍କ କାରକୁ ଉଡାଇ ଦେବାକୁ ଧମକ ମିଳିଛି । ମନ୍ତ୍ରଣାଳୟ ସହିତ ଗୋରେଗାଓଁ ଏବଂ ଜେଜେମାର୍ଗ ଥାନା ପୋଲିସକୁ ଧମକପୂର୍ଣ୍ଣ ଇମେଲ ମିଳିଛି । ମୁମ୍ବାଇ ପୋଲିସ ଏବଂ କ୍ରାଇମବ୍ରାଞ୍ଚ ଏକନାଥ ସିନ୍ଦେଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଆଇପି ଠିକଣା ପତ୍ତା ଲଗାଇବାକୁ ଚେଷ୍ଟା କରାଯାଉଛି । ଇମେଲ ଜରିଆରେ ଧମକ ମିଳିବା ପରେ ମହାରାଷ୍ଟ୍ର ପୋଲିସ ଉପମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବଢାଇ ଦେଇଛି । ତେବେ ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ଏକନାଥ ସିନ୍ଦେଙ୍କୁ ମାରିବାକୁ ଧମକ ମିଳିଛି । ଏହାପୂର୍ବରୁ ଫେବୃଆରୀ 2024ରେ ଜଣେ କଲେଜ ଛାତ୍ର ଏକନାଥ ସିନ୍ଦେ ଏବଂ ତାଙ୍କ ପୁଅକୁ ଜୀବନରୁ ମାରିଦେବାକୁ ଧମକ ମିଳିଥିଲା । ଏହି ଧମକ ସୋସିଆଲ ମିଡିଆରେ ଜାରି କରାଯାଇଥିଲା । ପୋଲିସ ଏହି ମାମଲାରେ ଜଣେ 19 ବର୍ଷୀୟ ଛାତ୍ରକୁ ଗିରଫ କରିଛି ।