ଭୁବନେଶ୍ବର – ଅଗ୍ନିବୀର ପଦବୀରେ ନିଯୁକ୍ତି ପାଇଁ ଚାଲିଥିବା ବଡ଼ ଧରଣର ସ୍କାମ୍ ଧରାପଡ଼ିଛି । ଚିଲିକା, ଉତ୍ତରପ୍ରଦେଶ, ଆଣ୍ଡାମାନ ନିକୋବରରୁ ୫ ଜଣ ଅଧିକାରୀଙ୍କୁ ଗିରଫ କରାଯାଇଛି । ଭାରତୀୟ ନୌସେନାରେ ଅଗ୍ନିବୀର ପଦବୀ ଲାଗି ଲାଞ୍ଚ କାରବାରରେ ଜଣେ ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କ ସମେତ ୫ଜଣ ଅଧିକାରୀଙ୍କୁ ଗିରଫ କରାଯାଇଛି । ଗତ ୨୦୨୪ ନଭେମ୍ୱରରେ ୨ଶହରୁ ଉର୍ଦ୍ଧ୍ୱ ଅଗ୍ନିବୀର ପଦବୀ ଲାଗି ଆବେଦନପତ୍ର ଆହ୍ବାନ କରାଯାଇଥିଲା । ପରୀକ୍ଷାର୍ଥୀଙ୍କୁ ପୁଲିସ ଯାଞ୍ଚ ପ୍ରକ୍ରିୟା, ଡାକ୍ତରୀ ପରୀକ୍ଷା ସହ ଅଗ୍ନିବୀର ପଦବୀରେ ପାସ୍ କରାଇବାକୁ ମୋଟା ଅଙ୍କର ଅର୍ଥ କାରବାର ହୋଇଥିଲା । ଏହି ରାକେଟରେ ନୌସେନାରେ କାର୍ଯ୍ୟରତ କିଛି ବରିଷ୍ଠ ଅଧିକାରୀଙ୍କ ସଂପୃକ୍ତି ଥିବା ଜଣାପଡିଥିଲା । ନୌସେନା ବିଭାଗର ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ବି ଲିକ୍ ହୋଇଛି । ଏବେ ସୁଦ୍ଧା ଯେଉଁମାନେ ଗିରଫ ହୋଇଛନ୍ତି, ସେମାନେ ହେଲେ ପୂର୍ବତନ ନୌସେନା ଅଧିକାରୀ ଭୂଷଣ, ୟୁପିର ସତ୍ୟମ ଚାହାର, ଆଇଏନଏସ ଚିଲିକାରେ କାର୍ଯ୍ୟରତ ଏମସି ଆର୍ଟର ଅଧିକାରୀ ବିନୟ ରାୟ । ଏହା ବ୍ୟତୀତ ଅନ୍ୟ ଦୁଇ ଅଧିକାରୀଙ୍କୁ ଗିରଫ କରିବାକୁ ଖୋର୍ଦ୍ଧା ଏସପି ସାଗରିକା ନାଥଙ୍କ ନିର୍ଦେଶକ୍ରମେ ସ୍ୱତନ୍ତ୍ର ଟିମ୍ ଆଣ୍ଡାମାନ୍ ନିକୋବର ଯାଇଛନ୍ତି । ସେମାନଙ୍କଠୁ ୧୨ଟି ବ୍ୟାଙ୍କ ପାସବୁକ୍ ଜବତ ହୋଇଛି । ପ୍ରାୟ କୋଟିଏ ଟଙ୍କା ପାସବୁକରେ ରହିଛି । ଆଇଏନଏସ ଚିଲିକାର ଲେଫ୍ଟନାଣ୍ଟ କମାଣ୍ଡର ଆଦିତ୍ୟ ସିଂଙ୍କ ଅଭିଯୋଗ କ୍ରମେ ତଦନ୍ତରୁ ଏହି ଆନ୍ତର୍ଜାତୀୟ ରାକେଟକୁ ପୁଲିସ ଧରିବାରେ ସଫଳ ହୋଇଛି ।

LEAVE A REPLY

Please enter your comment!
Please enter your name here