ନୂଆଦିଲ୍ଲୀ – ଆତଙ୍କବାଦ ବିରୋଧରେ ଭାରତର ସ୍ପଷ୍ଟ ଆଭିମୁଖ୍ୟ ସମଗ୍ର ବିଶ୍ବକୁ ଜଣାଇବା ପାଇଁ ସାତଟି ସଂସଦୀୟ ଦଳ ବିଭିନ୍ନ ରାଷ୍ଟ୍ର ଗସ୍ତ କରିବ । ଗୋଟିଏ ସଂସଦୀୟ ପ୍ରତିନିଧି ଦଳର ନେତୃତ୍ବ ନେବା ପାଇଁ ମୋଦୀ ସରକାର କଂଗ୍ରେସ ସାଂସଦ ଶଶୀ ଥରୁରଙ୍କୁ ଦାୟିତ୍ବ ନ୍ୟସ୍ତ କରିଛି । ସେହିପରି ଅନ୍ୟ ସଂସଦୀୟ ପ୍ରତିନିଧି ଦଳ ନେତୃତ୍ବ ନେବା ପାଇଁ ବିଜେପିରୁ ରବି ଶଙ୍କର ପ୍ରସାଦ ଓ ବୈଜୟନ୍ତ ପଣ୍ଡା, ଜେଡିୟୁର ସଞ୍ଜୟ କୁମାର ଝା, ଡିଏମକେର କାନ୍ନୀମୋଝୀ କରୁଣାନିଧି, ଏନସିପିରୁ ସୁପ୍ରିୟା ସୁଲେ, ଏବଂ ଶିବସେନାର ଶ୍ରୀକାନ୍ତ ସିନ୍ଦେ ରହିଛନ୍ତି । ସଂସଦୀୟ ଦଳର ନେତୃତ୍ବ ନେଉଥିବାରୁ ଏବଂ ଅପରେସନ ସିନ୍ଦୁରର ସଫଳତାକୁ ନେଇ ସରକାରଙ୍କୁ ପ୍ରଶଂସା କରିଥିବାରୁ ଶଶୀ ଥରୁରଙ୍କୁ ତାଙ୍କ ଦଳର ନେତାମାନେ ସମାଲୋଚନା କରିଛନ୍ତି । ମାତ୍ର ଥରୁର କହିଛନ୍ତି, ଜାତୀୟ ସ୍ବାର୍ଥ ପ୍ରସଙ୍ଗରେ ଟିମର ନେତୃତ୍ବ ନେବାକୁ ତାଙ୍କୁ ଦାୟିତ୍ବ ଦିଆଯାଇଛି । ଆତଙ୍କବାଦ ବିରୋଧରେ ସମଗ୍ର ଦେଶ ରାଜନୀତିରୁ ଉର୍ଦ୍ଧ୍ବରେ ଏକ ଅଛି ଏବଂ ଆତଙ୍କବାଦକୁ ପ୍ରଶ୍ରୟ ଦେବାର ପ୍ରଶ୍ନ ଉଠୁନି ।

ଆତଙ୍କବାଦ ବିରୋଧରେ ଭାରତର କଠୋର ଆଭିମୁଖ୍ୟ ସଂପର୍କରେ ଏହି ସଂସଦୀୟ ଦଳ ବିଭିନ୍ନ ଦେଶକୁ ଅବଗତ କରାଇବେ । ପାକିସ୍ତାନ ବିରୋଧରେ ଏହା ଭାରତର କୂଟନୈତିକ ଅଭିଯାନ ବୋଲି କୁହାଯାଉଛି । ସାତଟି ସଂସଦୀୟ ଦଳ ଦଶଦିନ ପାଇଁଏହି ଅଭିଯାନ କରିବେ ।

LEAVE A REPLY

Please enter your comment!
Please enter your name here