ତିସ୍ତା ନଦୀରେ ଜାରି ରହିଛି ସର୍ଚ୍ଚ ଅପରେସନ୍ ।
ଏବେବି ନିଖୋଜ ଓଡ଼ିଆ ପର୍ଯ୍ୟଟକ ଏଵଂ ମେଡିକାଲରେ ଚାଲିଛି ଇତିଶ୍ରୀଙ୍କ ପୁଅ ଓ ପୁତୁରାଙ୍କ ଚିକିତ୍ସା ।

ରାଜ୍ୟ ବିଜେପି ମହିଳା ନେତ୍ରୀ ଇତିଶ୍ରୀ ଜେନାଙ୍କ ସମେତ ପରିବାରର ୪ ଜଣ ନିଖୋଜଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଉଛି । ଏନ୍‌ଡିଆରଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି । ଇତିଶ୍ରୀଙ୍କ ସାନ ପୁଅ ଓ ପୁତୁରାଙ୍କ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ପୁଅ ସାଇରାଜଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ଥିବା ଜଣାପଡିଛି। ପୁତୁରା ଅଂଶୁମାନର ସ୍ବାସ୍ୟାବସ୍ଥା ଗୁରୁତର ରହିଛି । ଓଡ଼ିଶାରୁ ଯାଇଥିବା ସ୍ବତନ୍ତ୍ର ଟିମ୍ ସିକ୍କିମ୍‌ରେ ପହଞ୍ଚିଥିଲେ ମଧ୍ଯ ପ୍ରବଳ ବର୍ଷା ଯୋଗୁ ମେଡିକାଲରେ ପହଞ୍ଚି ପାରିନାହାନ୍ତି ।

ଯାଜପୁର ରୋଡ୍‌ ବ୍ୟାସନଗର ଉମାପଦା ଗାଁର ଇତିଶ୍ରୀ ଜେନା, ତାଙ୍କ ବଡ଼ପୁଅ ସାହିଲ, ଇତିଶ୍ରୀଙ୍କ ସାନଭାଇ ଅଜିତ ଓ ଭାଉଜ ସୁନିତା ନିଖୋଜ ଅଛନ୍ତି । ଗତ ୨୫ ତାରିଖରେ ଇତିଶ୍ରୀଙ୍କ ସମେତ ତାଙ୍କର ଦୁଇ ପୁଅ, ପୁତୁରା, ବଡ଼ଭାଇ, ଭାଉଜ, ଝିଆରୀ, ସାନଭାଇ ଓ ଭାଉଜ ସିକ୍କିମ୍‌ ର ଗାଙ୍ଗଟକ୍‌କୁ ବୁଲିବାକୁ ଯାଇଥିଲେ । ସମସ୍ତେ ଏକ ହିଲ୍‌ଟପ୍‌କୁ ଯାଇ ସେଠାରୁ ଦୁଇଟି ଗାଡ଼ିରେ ଆଗପଛ ହୋଇ ଫେରୁଥିଲେ । ବଡ଼ଭାଇ ଶିଶିରଙ୍କ ପରିବାର ଅନ୍ୟ ଏକ ଗାଡ଼ିରେ ସୁରକ୍ଷିତ ଭାବେ ଫେରିଥିଲେ । କିନ୍ତୁ ଇତିଶ୍ରୀ, ଦୁଇପୁଅ, ସାନଭାଇ, ଭାଉଜ ଓ ପୁତୁରା ଥିବା ଗାଡ଼ିଟି ଆଉ ଫେରିନଥିଲା । ପରେ ଜଣାପଡ଼ିଲା କି ଗାଡ଼ିଟି ମୁନ୍‌ସିଥାଙ୍ଗ୍‌ ନିକଟରେ ଭାରସାମ୍ୟ ହରାଇ ହଜାରେ ଫୁଟ ତଳକୁ ଖସି ତିସ୍ତା ନଦୀ ଗର୍ଭକୁ ଚାଲିଯାଇଛି।

LEAVE A REPLY

Please enter your comment!
Please enter your name here