ହକି ପାଇଁ ହକିପ୍ରେମିଙ୍କ ମଧ୍ୟରେ ହୃଦୟ ସ୍ପନ୍ଦନ ଯେତିକି ବଢିବାରେ ଲାଗିଛି ହକି ଫ୍ୟାନ ଓ ଟୁରିଷ୍ଟଙ୍କ ଗହଳିକୁ ଦୃଷ୍ଟିରେ ରଖି ପଠାଣି ସାନ୍ତ ପ୍ଲାନେଟୋରିୟମ ଓ ଧଉଳି ଶାନ୍ତିସ୍ତୂପରେ ବିଶେଷ ଧରଣର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି. ଏଥିରେ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଅଲଗା ଅଲଗା ସୋ’ର ବ୍ୟବସ୍ଥା କରାଯିବ. ଏହି ସଂକ୍ରାନ୍ତରେ ଆଲୋଚନା କରିବା ପାଇଁ ଓଟିଡିସି ଓ ପ୍ଲାନେଟୋରିୟମର ପ୍ରାଧିକାରୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି. ପର୍ଯ୍ୟଟନ ବିଭାଗ ଦ୍ୱାରା ପ୍ରସ୍ତୁତ ଏକ ସୂଚନା ପୁସ୍ତକରେ ସୋ’ ସମୟର ସମସ୍ତ ବିବରଣୀ ଉଲ୍ଲେଖ ରହିବ. ଅନ୍ୟପଟେ ଶାନ୍ତିସ୍ତୂପ ଧଉଳିକୁ ଅନେକ ବିଦେଶୀ ପର୍ଯ୍ୟଟକ ଆସିବେ ବୋଲି ଆଶା କରାଯାଉଥିବା ବେଳେ ସେମାନଙ୍କ ପାଇଁ ବିଶେଷ ଧରଣର ପ୍ରସ୍ତୁତି କରାଯିବ ବୋଲି ସୂଚନା ମିଳିଛି. ତେବେ ଏହାକୁ କ୍ରୀଡା ବିଭାଗ, ବିଡିଏ ଓ ବିଏମସି ମିଳିତ ଭାବେ ପରିଚାଳିତ କରିବେ. ଧଉଳିରେ ଦୁଇଟି ସୋ’ 35 ମିନିଟ୍ ର ଆୟୋଜନ କରାଯିବ ଏବଂ ଏକସମୟରେ ପାଖାପାଖି 250 ଜଣ ଲୋକ ବସିବାର ବ୍ୟବସ୍ଥା କରାଯିବ. ଏହାସହ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଡିସକାଉଣ୍ଟର ବ୍ୟବସ୍ଥା ମଧ୍ୟ ରହିବ.

LEAVE A REPLY

Please enter your comment!
Please enter your name here