65 ବର୍ଷରେ ଦ୍ବିତୀୟ ବିବାହ କରିଛନ୍ତି ବରିଷ୍ଠ ରାଜନେତା ତଥା ପୂର୍ବତନ ସାଂସଦ ପିନାକୀ ମିଶ୍ର । ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୋଇଦ୍ରଙ୍କ ସହ ସେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଜର୍ମାନୀରେ ଖୁବ୍ ଗୋପନୀୟ ଭାବେ ଏହି ବାଙାଘର ହୋଇଛି । ତେବେ ଟେଲିଗ୍ରାଫରେ ପିନାକୀଙ୍କ ବିବାହ ଖବର ପ୍ରକାଶ ପାଇବା ପରେ ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରକାଶିତ ଫଟୋରେ ପିନାକୀ ମହୁଆଙ୍କ ହାତ ଧରିଛନ୍ତି । ପୂର୍ବରୁ ପିନାକୀ ସଙ୍ଗୀତା ମିଶ୍ରଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ତେବେ ପୂର୍ବରୁ ସେ ସଙ୍ଗୀତାଙ୍କୁ ଛାଡପତ୍ର ଦେଇଥିଲେ ।
କଂଗ୍ରେସରୁ ରାଜନୀତି ଆରମ୍ଭ କରିଥିବା ପିନାକୀ ମିଶ୍ର ପୁରୀ ଲୋକସଭା ଆସନରୁ କଂଗ୍ରେସ ଟିକଟରେ ସାଂସଦ ହୋଇଥିଲେ । ପରେ ସେ ବିଜେଡିରେ ଯୋଗ ଦେଇ ପୁରୀ ଲୋକସଭା ଆସନରୁ ତିନିଥର ନିର୍ବାଚିତ ହୋଇଥିଲେ । 2024ରେ ବିଜେଡି ତାଙ୍କୁ ପ୍ରାର୍ଥୀ କରି ନ ଥିଲା ।
ସେହିପରି ମହୁଆ ମୋଇତ୍ର ମଧ୍ୟ ପୂର୍ବରୁ ବିବାହିତ ଏବଂ ସ୍ବାମୀଙ୍କୁ ଛାଡପତ୍ର ଦେବା ପରେ ଜଣେ ଓକିଲଙ୍କ ସହ ତାଙ୍କର ପ୍ରେମ ସଂପର୍କ ଥିଲା । ଆସାମରେ ଜନ୍ମ ଗ୍ରହଣ କରିଥିବା ମହୁଆ ଜଣେ ବ୍ୟାଙ୍କର ଭାବେ କାମ ଆରମ୍ଭ କରିଥିଲେ । ପରେ ସେ ରାଜନୀତିରେ ଯୋଗ ଦେଇ ତ୍ରଣମୂଳ କଂଗ୍ରେସରୁ ଲୋକସଭାକୁ 2019 ଓ 2024ରେ ନିର୍ବାଚିତ ହୋଇଛନ୍ତି । ନିଜର ଖୋଲା ଭାଷଣ ଓ ବିଜେପିକୁ ତୀବ୍ର ସମାଲୋଚନା ନେଇ ମହୁଆ ଚର୍ଚ୍ଚାରେ ରହି ଆସିଛନ୍ତି ।