ଓଡିଶାରେ ବିଜେପି ଶାସନର ଗୋଟିଏ ବର୍ଷ ପୂର୍ତ୍ତି ପାଳନ ପାଇଁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି । ମହାଆଡମ୍ବରରେ ଏହି ବର୍ଷ ପୂର୍ତ୍ତି ଉତ୍ସବ ଅନୁଷ୍ଠିତ ହେବ । ତିନିଦିନ ବ୍ୟାପୀ ହେବାକୁ ଥିବା ବର୍ଷ ପୂର୍ତ୍ତି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ । ଜନତା ମଇଦାନରେ ସାଧାରଣ ସଭା ଆୟୋଜନ କରାଯାଇଛି । ବିଜେପି ସରକାରଙ୍କ ବର୍ଷକର ସଫଳତାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଜନତା ମଇଦାନରେ ବିଶାଳ ସମାବେଶ ଆୟୋଜନ କରାଯାଇଛି । ତିନିଦନ ବ୍ୟାପୀ ହେବାକୁ ଥିବା ଏହି ଉତ୍ସବରେ ରାଜଧାନୀକୁ ସୁସଜ୍ଜିତ କରାଯିବ । ବିଶେଷ କରି ଡବଲ ଇଂଜିନ ସରକାରର ସଫଳତା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ବିଭିନ୍ନ ଯୋଜନା କରାଯାଇଛି । ରାଜଧାନୀରୁ ଆରମ୍ଭ କରି ଜିଲ୍ଲାସ୍ତରରେ ମଧ୍ୟ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ହେବ । ସୁଭଦ୍ରା ଯୋଜନା, ସତୁରୀ ବୟସରୁ ଅଧିକ ବୟସର ଲୋକଙ୍କ ପାଇଁ ବୟୋବୃଦ୍ଧ ଯୋଜନା ଭଳି ଜନକଲ୍ୟାଣ ମୂଳକ ଯୋଜନାର ପ୍ରଭାବୀ ପ୍ରଚାର ପାଇଁ ବ୍ୟବସ୍ଯା କରାଯାଉଛି ।

LEAVE A REPLY

Please enter your comment!
Please enter your name here