ବିଦାୟୀ ପୋଲିସ କମିଶନର ସତ୍ୟଜିତ ମହାନ୍ତିଙ୍କୁ ଫ୍ୟାରୱେଲ । ନୂଆ କମିଶନର ଡଃ ସୁଧାଶୁଂ ଷଡଙ୍ଗୀଙ୍କୁ ସ୍ୱାଗତ । କମିଶନରେଟ ମୁଖ୍ୟାଳୟରେ ନୂଆ କମିଶନରଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ବିଦାୟୀ କମିଶନର । ନୂଆ ପୋଲିସ କମିଶନର ସୁଧାଶୁଂ ଷଡଙ୍ଗୀ ଜଣେ ଦକ୍ଷ ଅଫିସର ଭାବେ ପରିଚିତ । ୧୯୯୦ ବ୍ୟାଚ୍‌ର ଆଇପିଏସ୍‌ ଅଫିସର୍‌ ସୁଧାଂଶ ଷଡ଼ଙ୍ଗୀ । ପୂର୍ବରୁ ରାଜ୍ୟ ଅପରାଧ ବ୍ୟୁରୋର ଅଧ୍ୟକ୍ଷ ଥିଲେ ସୁଧାଂଶୁ । ପୋଲିସ କମିଶନର ଭାବେ ସୁଧାଶୁଂଙ୍କ ପାଇଁ ଆଇନଶୃଙ୍ଖଳା ରକ୍ଷା ସହ ଟୁର୍ଣ୍ଣାମେଣ୍ଟ ସମୟରେ ସୁରକ୍ଷା ସୁନିଶ୍ଚିତ କରିବା ବଡ ଚ୍ୟାଲେଞ୍ଜ ହେବ । ଏହାସହିତ ବଢୁଥିବା ରାଜନୈତିକ ଗତିବିଧି ଦୃଷ୍ଟିରୁ ବଡ ନେତାଙ୍କ ଗସ୍ତ ଲାଗି ସୁରକ୍ଷା ବ୍ୟବସ୍ଥା , ରାଲି , ବିକ୍ଷୋଭ, ଧାରଣାକୁ ନେଇ ଆଇନ ଶୃଙ୍ଖଳା ବି ସମ୍ଭାଳିବାକୁ ପଡିବ । ଟ୍ୱିନ ସିଟିରେ ବଢୁଥିବା ଅପରାଧ ନିୟନ୍ତ୍ରଣ, ସାଇବର କ୍ରାଇମ୍, ଟ୍ରାଫିକ ସମସ୍ୟା, ଡ୍ରଗ୍ସ କାରବାର ରୋକିବା ସହ ବରିଷ୍ଠ ନାଗରିକ , ମହିଳା ଓ ନାବାଳିକାଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଠୋସ୍ ଷ୍ଟାଟେଜି ସହ କାମ କରିବାକୁ ପଡିବ । ଦାୟିତ୍ୱ ନେବା ପରେ ଷଡ଼ଙ୍ଗୀ କହିଛନ୍ତି ଅପରାଧର ତଦନ୍ତ ଓ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯିବ । ସେହିପରି ଟେକ୍ନୋଲୋଜି ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି କମିଶନର୍‌ । ଟେକ୍ନୋଲୋଜି ଜରିଆରେ କିଭଳି ଭାବରେ ଅପରାଧଙ୍କୁ ଧରି ହେବ ସେ ନେଇ ଅଧିକ ଧ୍ୟାନ ଦିଆଯିବ । ଅପରାଧିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଆମେ ସଙ୍କଳ୍ପବଦ୍ଧ ବୋଲି ସେ କହିଛନ୍ତି । ଅନ୍ୟପଟେ ପୂର୍ବତନ ପୋଲିସ କମିଶନର ସତ୍ୟଜିତ ମହାନ୍ତିଙ୍କୁ ଜେଲ୍‌ ବିଭାଗର ଏଡିଜି ଦାୟିତ୍ୱ ମିଳିଛି । ସପ୍ତମ କମିଶନର ଭାବେ ଦାୟିତ୍ୱ ନେଇଛନ୍ତି ସୁଧାଶୁଂ ଷଡଙ୍ଗି । ଅନେକ ସମୟରେ ପୋଲିସର ଆଚରଣକୁ ନେଇ ଆରୋପ ପ୍ରତ୍ୟାରୋପ ଲାଗି ରହୁଥିବାବେଳେ ଏସବୁକୁ ସାମ୍ନା କରି ରାଜନୈତିକ ଚାପକୁ ଏଡାଇ ସେ କିଭଳି ଦାୟିତ୍ୱ ତୁଲାଉଛନ୍ତି ତାହା ଉପରେ ରହିବ ନଜର ।
ଭୁବନେଶ୍ୱରରୁ ପ୍ରତୁ୍ୟଷ ମହାନ୍ତିଙ୍କ ରିପୋର୍ଟ ତକ୍ଷକ ନୁ୍ୟଜ୍ ।

LEAVE A REPLY

Please enter your comment!
Please enter your name here