ଇରାନ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ ଜାରି । ଦ୍ବିତୀୟ ଦିବସ ସୁଦ୍ଧା ଇସ୍ରାଏଲ ଆକ୍ରମଣରେ ଇରାନର ବହୁ ଗୁରୁତ୍ବପୂର୍ଣ୍ଣ ସାମରିକ ପ୍ରତିଷ୍ଠାନ, ବିମାନବନ୍ଦର ଓ ଆଣବିକ କେନ୍ଦ୍ର ଧ୍ବସ୍ତ ବିଧ୍ବସ୍ତ ହୋଇଛି । ଇରାନର ସେନା ମୁଖ୍ୟଙ୍କ ସମେତ ଯୁଦ୍ଧାସ୍ତ୍ର ନିର୍ମାଣରେ ଦକ୍ଷ ବହୁ ବୈଜ୍ଞାନିକ ମଧ୍ୟ ଏହି ଆକ୍ରମଣରେ ପ୍ରାଣ ହରାଇଥିବା ଜଣାପଡିଛି । ଇସ୍ରାଏଲ ଉପରେ ଇରାନ ପାଲଟା ଡ୍ରୋନ ଓ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲେ ହେଁ ସେସବୁକୁ ଏୟାର ଡିଫେନ୍ସ ସିଷ୍ଟମ ସାହାଯ୍ୟରେ ଅକାମି କରିବାରେ ସଫଳ ହୋଇଛି ଇସ୍ରାଏଲ । ଆଣବିକ ଯୁଦ୍ଧାସ୍ତ୍ର ନିର୍ମାଣ କରୁଥିବା ଇରାନ ବିରୋଧରେ ଏହା ଇସ୍ରାଏଲର ଭୟଙ୍କର ଆକ୍ରମଣ । ଇରାନ ଆଣବିକ ଶକ୍ତି ସଂପନ୍ନ ହେଲେ ଇସ୍ରାଏଲ ପାଇଁ ବିପଦ ରହିଥିବାରୁ ଇରାନ ଉପରେ ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି ଇସ୍ରାଏଲ । ଇରାନ ସୁପ୍ରିମୋ ଆୟୋତୋଲ୍ଲା ଅଲ୍ଲୀ ଖେମିନୀ କହିଛନ୍ତି, ଇସ୍ରାଏଲ ଯୁଦ୍ଧ ଆରମ୍ଭ କରିଛି ଏବଂ ଇରାନ ତାର ଜବାବ ଦେବ । ଅନ୍ୟପକ୍ଷରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, ଲକ୍ଷ ହାସଲ ପର୍ଯ୍ୟନ୍ତ ଇରାନ ଉପରେ ଆକ୍ରମଣ ଜାରି ରହିବ ।

ଇସ୍ରାଏଲର କ୍ଷେପଣାସ୍ତ୍ର ଆକ୍ରମଣରେ ଇରାନ ରାଜଧାନୀ ତେହରାନ ସମେତ ବିଭିନ୍ନ ସ୍ଥାନରେ ଧ୍ବଂସର ତାଣ୍ଡବ ଲୀଳା ଆରମ୍ଭ ହୋଇଯାଇଛି । ବିଶେଷ କରି ଇରାନର ଆଣବିକ କେନ୍ଦ୍ର ଓ ସାମରିକ ପ୍ରତିଷ୍ଠାନ ଉପରେ ଇସ୍ରାଏଲ ଲାଗାତାର ଆକ୍ରମଣ ଜାରି ରଖିଛି । ଇରାନ ଉପରେ ଇସ୍ରାଏଲ ଆକ୍ରମଣକୁ ଆମେରିକା ସମର୍ଥନ କରିଛି । ଇରାନକୁ ଆଣବିକ ଯୁଦ୍ଧାସ୍ତ୍ର ନିର୍ମାଣରୁ ବିରତ ରହିବାକୁ ଏଭଳି ଆକ୍ରମଣ ଆବଶ୍ୟକ ଥିଲା ବୋଲି ଟ୍ରମ୍ପ କହିଛନ୍ତି ।

ଆମେରିକା ସହ ଆଣବିକ ଚୁକ୍ତି ସଂପର୍କରେ ଆଲୋଚନା କରିବା ଅର୍ଥହୀନ ବୋଲି ଇରାନ କହିଛି ।

LEAVE A REPLY

Please enter your comment!
Please enter your name here