ମହାରାଷ୍ଟ୍ରର ଇନ୍ଦ୍ରାଣୀ ନଦୀ ଉପରେ ନିର୍ମିତ ବ୍ରିଜ ଭୁଷୁଡିପଡିବାରୁ କୋଡିଏ ଜଣ ପର୍ଯ୍ୟଟକ ଭାସି ଯାଇଥିବା ସୂଚନା ମିଳିଛି । ଦୁର୍ଘଟଣାରେ 6 ଜଣଙ୍କ ମୃତ୍ୟୁ ହୋଇଛି ।

କୁନ୍ଦମାଳା ପର୍ଯ୍ୟଟନ ସ୍ଥଳରେ ନିର୍ମିତ ଏହି ବ୍ରିଜ ଉପରେ ପର୍ଯ୍ୟଟକମାନେ ଜଳପ୍ରବାହ ଦୃଶ୍ୟ ଦେଖୁଥିଲେ । ବିଶେଷକରି ବର୍ଷାଦିନେ ପର୍ଯ୍ୟଟକମାନେ ଏହି ସ୍ଥାନକୁ ବୁଲିବାକୁ ଆସିଥାନ୍ତି । ଦୁର୍ଘଟଣା ସମୟରେ 15 ରୁ 20 ଜଣ ପର୍ଯ୍ୟଟକ ବ୍ରିଜ ଉପରେ ଥିଲେ । ଗତ ଦୁଇଦିନ ଧରି ପ୍ରବଳ ବର୍ଷା ହୋଇଥିବା ଯୋଗୁ ଜଳ ପ୍ରବାହ ମଧ୍ୟ ପ୍ରଖର ଥିଲା । ବ୍ରିଜ୍ ଭୁଷୁଡିଯିବା ପରେ ପ୍ରାୟ କୋଡିଏ ଜଣ ପର୍ଯ୍ୟଟକ ଭାସି ଯାଇଥିବା କୁହାଯାଉଛି । ତେବେ ଦୁର୍ଘଟଣା ଖବର ପାଇବା ପରେ ଉଦ୍ଧାରକାରୀ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଆଠଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିବା ବେଳେ 6 ଜଣ ପ୍ରାଣ ହରାଇଛନ୍ତି । ଅନ୍ୟ ପର୍ଯ୍ୟଟକଙ୍କୁ ଉଦ୍ଧାରକାରୀ ଟିମ୍ ଖୋଜୁଛନ୍ତି । ସ୍ଥାନୀୟ ଲୋକେ ନିମ୍ନ ମାନର ବ୍ରିଜ୍ ନିର୍ମାଣ କାର୍ଯ୍ୟକୁ ଦାୟୀ କରୁଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଚାରିବର୍ଷ ତଳେ ଏହି ବ୍ରିଜ୍ ମରାମତି କାର୍ଯ୍ୟ ହୋିଥିଲା ।

LEAVE A REPLY

Please enter your comment!
Please enter your name here