ଆଗକୁ ଆସୁଛି ନିର୍ବାଚନ । ଏନେଇ ସବୁ ଦଳ ନିଜ ନିଜ ଫଣ୍ଡାରେ କ୍ୟାମ୍ପେନ ଆରମ୍ଭ କରିଦେଲେଣି । ନିର୍ବାଚନକୁ ଦୃଷ୍ଟିରେ ରଖି ଏବେ ନୂଆ ଫଣ୍ଡା ଆପଣେଇବାରେ ଲାଗିଛନ୍ତି ଦଳ । ବସ୍ ଯୋଗେ ବୁଲି ବୁଲି ଜନସଂପର୍କ ଯାତ୍ରା ଆରମ୍ଭ କରିବାକୁ ଯୋଜନା କରିଛି କଂଗ୍ରେସ । ସୁଚନାଅନୁସାରେ ଆଜି ସକାଳ ସାଢେ ୧୦ଟାରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନେତୃତ୍ୱରେ ଏକ ଟିମ ପ୍ରଥମେ ବସରେ ବାଲେଶ୍ୱର ଅଭିମୁଖେ ଜନସଂମ୍ପର୍କ ଯାତ୍ରା ଆରମ୍ଭ କରିଛି । ଏହି ଜନସମ୍ପର୍କ ଯାତ୍ରା ତିନିଦିନ ଧରି ଚାଲିବ । ୩୧୪ଟି ବ୍ଲକ ୩୬୦୦୦ବୁଥକୁ ପରିକ୍ରମା କରିବାର ଯୋଜନା ରଖିଛି ଦଳ । ଏନେଇ ଚାର୍ଟ ମଧ୍ୟ ପ୍ରସ୍ତୁତ ହୋଇସାରିଛି । ଜିଲ୍ଲାୱାରି ଦାୟିତ୍ୱ ଦିଆଯାଇଥିବା ଉପସଭାପତିମାନଙ୍କୁ ପାଖାପାଖି ୧୦ ହଜାର ସଭ୍ୟ ସଂଗ୍ରହ କରିବା ନେଇ ଟାର୍ଗେଟ ଦିଆଯାଇଛି ।
ଦଳ ଟିକେଟ ବଣ୍ଟନ ପାଇଁ ଏହି ନୂଆଫଣ୍ଡା ତିଆରି କରିଛି କଂଗ୍ରେସ । ସେହିପରି ଅଶାୟୀ ପ୍ରାର୍ଥୀମାନେ ଜନସଂମ୍ପର୍କ କରିବା ସହ ଅତି କମରେ ୧୦ ହଜାର ସଭ୍ୟ ତାଲିକା ପ୍ରସ୍ତୁତ କରିବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here