ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ବାଗତ ପାଇଁ ରାଜ୍ୟ ସରକାରଙ୍କ ବ୍ୟାପକ ପ୍ରସ୍ତୁତି । ବିମାନବନ୍ଦର ଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ବଡ ପୋଷ୍ଟର ଏବଂ ବର୍ଷ ଏକ, ଉପଲବ୍ଧି ଅନେକର ପୋଷ୍ଟର, ହୋର୍ଡିଂ ଲଗାଯାଇଛି । ଶୁକ୍ରବାର ଦିନ ଅପରାହ୍ନ 3ଟା 40ରେ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ । ପ୍ରଧାନମନ୍ତ୍ରୀଙ୍କୁ ବିମାନବନ୍ଦରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ନେତାମାନେ ସ୍ବାଗତ କରିବା ପରେ ବିମାନବନ୍ଦରରୁ ରୋଡ୍ ସୋ ରେ ବାହାରିବେ ମୋଦି । ବିମାବନ୍ଦରରୁ ଏଜି ଛକ, ରାଜଭବନ ଛକ ଦେଇ ଜନତା ମଇଦାନ ପର୍ଯ୍ୟନ୍ତ ରୋଡ୍ ସୋ ଓ ତ୍ରିରଙ୍ଗା ଯାତ୍ରାରେ ପ୍ରଧାନମନ୍ତ୍ରୀ ସାମିଲ ହେବେ । ବିଭିନ୍ନ ସ୍ଥାନରେ ପାରଂପରିକ ବାଦ୍ୟନୃତ୍ୟରେ ମୋଦିଙ୍କୁ ସ୍ବାଗତ କରିବା ପାଇଁ ରାଜ୍ୟ ସରକାର 28 ଟି ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି । ଅପରାହ୍ନ 4ଟା 15ରେ ଜନତା ମଇଦାନରେ ଆୟୋଜିତ ବର୍ଷପୂର୍ତ୍ତି ସମାବେଶରେ ଯୋଗଦେବେ । ଏହି ସମାବେଶରେ ପ୍ରାୟ ଏକଲକ୍ଷ ଲୋକଙ୍କୁ ଏକତ୍ରିତ କରିବାକୁ ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀ ବର୍ଷପୂର୍ତ୍ତି ସମାବେଶରେ 18,600 କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ସେହିପରି ଓଡିଶା ଭିଜନ ଡକୁମେଣ୍ଟ 2036 ଉନ୍ମୋଚନ କରିବେ । ଅପରାହ୍ନ ସାଢେ ପାଞ୍ଚଟା ପର୍ଯ୍ୟନ୍ତ ସମାବେଶରେ ରହିବା ପରେ ଅପରାହ୍ନ 5ଟା 45ରେ ପ୍ରତ୍ୟାବର୍ତ୍ତନ କରିବେ ।

LEAVE A REPLY

Please enter your comment!
Please enter your name here