ଶେଷଥର ପାଇଁ 2012 ମେ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଯାଇଥିଲେ । ସେତେବେଳେ ନବୀନ ଲଣ୍ଡନ ଗସ୍ତରେ ଥିବା ବେଳେ ପ୍ୟାରୀମୋହନ ମହାପାତ୍ର ଆରମ୍ଭ କରିଥିଲେ ମିଡ୍ ନାଇଟ୍ ଅପରେସନ । ଗସ୍ତ କାଣ୍ଟଛାଣ୍ଟ କରି ନବୀନ ଓଡିଶା ଫେରିଥିଲେ । ଏହାପରଠୁ ନବୀନ ଆଉ ବିଦେଶ ଯାଇନାହାଁନ୍ତି । ପ୍ରାୟ ଦଶବର୍ଷ ପରେ ନବୀନ ବିଦେଶ ଗସ୍ତରେ ବାହାରିଛନ୍ତି । ଦୁବାଇ ଓ ଇଟାଲିରେ ଆୟୋଜିତ କେତେକ କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡିଶାରେ ପୁଞ୍ଜିନିବେଶ ପାଇଁ ବିଦେଶୀ ନିବେଶକଙ୍କୁ ଆକୃଷ୍ଟ କରିବେ । ମିଳିଥିବା ସୂଚନା ଅନୁଯାୟୀ ଜୁନ 28ରେ ମୁଖ୍ୟମନ୍ତ୍ରୀ ଦୁବାଇ ଗସ୍ତରେ ଯିବେ ଏବଂ ସେଠାରେ ଇନଭେଷ୍ଟର୍ସ ମିଟରେ ଯୋଗଦେବେ । ଦୁବାଇରେ ପ୍ରବାସୀ ଓଡିଆଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଦୁବାଇ କାର୍ଯ୍ୟକ୍ରମ ପରେ ନବୀନ ଇଟାଲୀ ଗସ୍ତରେ ଯିବେ । ରୋମରେ ନିବେଶକଙ୍କୁ ଭେଟିବେ ନବୀନ । ଇପିକଲ୍, ଫିକି ଓ ଦୁବାଇସ୍ଥିତ ଇଣ୍ଡିଆନ କନସଲେଟ ପକ୍ଷରୁ ଏହି କାର୍ଯ୍ୟକ୍ରମ ସ୍ଥିର କରାଯାଇଛି ।

LEAVE A REPLY

Please enter your comment!
Please enter your name here