ସୋମବାର ଦିନ କତାର୍ ସ୍ଥିତ ଆମେରିକା ବେସ୍ ଉପରେ ଇରାନ୍ କ୍ଷେପଣାସ୍ତ୍ର ଆକ୍ରମଣ କରିଛି । ଆକ୍ରମଣରେ ମୃତାହତଙ୍କ ସଂଖ୍ୟା ସ୍ପଷ୍ଟ ହୋଇନାହିଁ । ଆମେରିକା ଇରାନର ପରମାଣୁ ଘାଟି ଉପରେ ଆକ୍ରମଣ କରିବା ପରେ ଯୁଦ୍ଧ ବନ୍ଦ ହେବ ବୋଲି ଆଶା କରିଥିଲା । ଟ୍ରମ୍ପ ଭାବିଥିଲେ, ଇରାନ ଯୁଦ୍ଧ ବନ୍ଦ କରି ଆମେରିକାର ଶରଣାପନ୍ନ ହେବ । ମାତ୍ର ଇରାନ ଆମେରିକାର ଆକ୍ରମଣ ପରେ ପ୍ରତିଶୋଧ ନେବା ଆରମ୍ଭ କରିଛି । ତୃତୀୟ ପକ୍ଷର ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁବୋଲି ଇରାନ କହିଛି । ଅନ୍ୟପକ୍ଷରେ ଇରାନର ଆକ୍ରମଣକୁ କତାର୍ ନିନ୍ଦା କରିଛି । କତାର୍ ତାହାର ଜବାବ ଦେବ ବୋଲି କହିଛି । କେବଳ କତାର୍ ନୁହେଁ, ମଧ୍ୟପ୍ରାଚ୍ୟଦେଶ ଇରାକ, ବାହାରିନ, ସିରିୟା, କୁଏତ ଓ ଆରବ ଏମିରେଟ୍ସରେ ଥିବା ଆମେରିକାର ଏୟାରବେସ୍ ଉପରେ ମଧ୍ୟ ଆକ୍ରମଣ ହେବ ବୋଲି ଇରାନ ସ୍ପଷ୍ଟ କରିଛି ।

ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଏବେ ଭୟଙ୍କର ରୂପ ଧାରଣ କରିବାକୁ ଯାଉଛି । ଇରାନ ବୈଦେଶିକ ମନ୍ତ୍ରୀ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଭେଟି ସହାୟତା ଲୋଡିଛନ୍ତି ।

LEAVE A REPLY

Please enter your comment!
Please enter your name here