ଆଜି ଅନ୍ତରୀକ୍ଷରେ ଇତିହାସ ରଚିଲେ ଶୁଭାଂଶୁ ଶୁକ୍ଳା । ରାକେଶ ଶର୍ମାଙ୍କ ପରେ ଶୁଭାଂଶୁ ହେଉଛନ୍ତି ଦ୍ବିତୀୟ ଭାରତୀୟ । ଆଜି ଭାରତୀୟ ସମୟ ମଧ୍ୟାନ୍ନ ୧୨ଟା ୧ ମିନିଟରେ ନାସା ଆକ୍ସିଅମ୍ ସ୍ପେସ୍ ଏବଂ ସ୍ପେସ ଏକ୍ସର ମିଳିତ ମିଶନ୍ ଲଞ୍ଚ ହୋଇଛି । ନାସାର ଫ୍ଲୋରିଡା ସ୍ଥିତ କେନେଡ଼ି ସ୍ପେସ୍ ସେଣ୍ଟରରୁ ଫାଲକନ୍ ୩୯ଏରୁ ମିଶନ ଲଞ୍ଚ ହୋଇଛି । ପୂର୍ବରୁ ଗତ ୧୯ ଓ ୨୨ ତାରିଖରେ ଇଣ୍ଟରନ୍ୟାସନାଲ ସ୍ପେସ ସେଣ୍ଟରରୁ ମିଶନ୍ ଲଞ୍ଚ ପାଇଁ ଘୋଷଣା ହୋଇଥିଲେ ବି ଶେଷ ମୁହୂର୍ତ୍ତରେ ମିଶନକୁ ସ୍ଥଗିତ କରାଯାଇଥିଲା । ଆଜି ମିଶନ୍ ଲଞ୍ଚ ହେବା ପରେ ୨୬ ଜୁନ୍ ଭାରତୀୟ ସମୟ ଅପରାହ୍ନ ୪ଟା୩୦ରେ ଡକିଂ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି । ପ୍ରଥମେ ଆକ୍ସିଅମ୍-୪ ମିଶନ ଉତ୍କ୍ଷେପଣ ପାଇଁ ମେ ୨୯ ତାରିଖ ଧାର୍ଯ୍ୟ ହୋଇଥିଲା । ମିଶନ୍ରେ ସାମିଲ ୪ ମହାକାଶଚାରୀ ବର୍ତ୍ତମାନ ଫ୍ଲୋରିଡାରେ ଅଛନ୍ତି। ଭାରତର ଶୁଭାଂଶୁ ଶୁକ୍ଳାଙ୍କ ସହ ଏହି ମିଶନରେ ପୋଲାଣ୍ଡ ଓ ହେଙ୍ଗେରୀ ମହାକାଶ ଯାତ୍ରୀ ସାମିଲ ଅଛନ୍ତି । ଇସ୍ରୋ ପକ୍ଷରୁ ପାଇଲଟ୍ ଭୂମିକା ତୁଲାଇବେ ଶୁଭାଂଶୁ ଶୁକ୍ଳା । ମିଶନ୍ର ଅବଧି ୧୪ ଦିନ ରହିଛି । ଏଥିରେ ମହାକାଶ ଯାତ୍ରୀ ସ୍ପେସ୍ ଷ୍ଟେସନ୍ରେ ରହି ବୈଜ୍ଞାନିକ ପ୍ରୟୋଗର ଅନୁସନ୍ଧାନରେ ଭାଗ ନେବେ।
41 ବର୍ଷ ତଳେ ରାକେଶ ଶର୍ମା ସୋଭିଏତ ସ୍ପେସକ୍ରାଫ୍ଟ ମିଶନରେ ଅନ୍ୟ ମହାକାଶଚାରୀଙ୍କ ସହ ସାମିଲ ହୋଇ ଭାରତକୁ ଗୌରବାନ୍ବୀତ କରିଥିଲେ । ରାକେଶ ଶର୍ମାଙ୍କ ପରେ ଶୁଭାଂଶୁ ଦ୍ବିତୀୟ ଭାରତୀୟ ମହାକାଶଚାରୀ ଭାବେ ମହାକାଶକୁ ଉଡାଣ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଆମେରିକାର ପେଗି ହ୍ୱିଟସନ୍, ହଙ୍ଗେରୀର ଟିବୋର୍ କାପୁ ଓ ପୋଲାଣ୍ଡର ସ୍ଲାବୋଜ୍ ଉଜନାସ୍କି ୱିସନାସ୍କି ମହାକାଶ ଯାତ୍ରାରେ ସାମିଲ ହୋଇଛନ୍ତି ।














