ଭୁବନେଶ୍ବର – ତକ୍ଷକ ମିଡିଆ ଆୟୋଜିତ ରାଜ୍ୟସ୍ତରୀୟ ଶ୍ରୀଜଗନ୍ନାଥ ଭଜନ ପ୍ରତିଯୋଗିତା – ଜଗନ୍ନାଥ ହୋ .. 2025 ର ଅଡିସନ ରାଉଣ୍ଡ ଫଳାଫଳ ଘୋଷଣା କରାଯାଇଛି । ସବଜୁନିଅର, ଜୁନିଅର ଏବଂ ସିନିୟର ତିନୋଟି ବର୍ଗରେ ଅନୁଷ୍ଠିତ ପ୍ରତିଯୋଗିତାରେ 109 ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ 45 ଜଣ ଫାଇନାଲ ରାଉଣ୍ଡକୁ ମନୋନୀତ ହୋଇଛନ୍ତି । ଜୁଲାଇ 8 ତାରିଖରେ ଭୁବନେଶ୍ବର ସ୍ଥିତ ଗୀତଗୋବିନ୍ଦ ଭବନରେ ଗ୍ରାଣ୍ଡ୍ ଫିନାଲେ ଅନୁଷ୍ଠିତ ହେବ । ତିନିଜଣ ପ୍ରତିଷ୍ଠିତ ସଙ୍ଗୀତଜ୍ଞ ତଥା ସଙ୍ଗୀତ ଗୁରୁ ବିଚାରକମଣ୍ଡଳିରେ ରହିବେ । ପ୍ରତି ବର୍ଗରୁ ତିନିଜଣ କୃତି ପ୍ରତିଯୋଗୀଙ୍କୁ ଉକ୍ତ ଉତ୍ସବରେ ପୁରସ୍କୃତ କରାଯିବ ।
ଫାଇନାଲ ରାଉଣ୍ଡକୁ ଉନ୍ନୀତ ପ୍ରତିଯୋଗୀମାନେ ହେଲେ – ସବଜୁନିଅର୍ ଗ୍ରୁପ୍ ରେ 1-ଅଂଶୁମାନ ରଥ, 2-ବଦ୍ରିନାଥ ପ୍ରଧାନ, 3- ପ୍ରୀତିଶ ପଟ୍ଟନାୟକ, 4- ରାମଶ୍ରିତା ପଟ୍ଟନାୟକ, 5-ସାନଭି ସାଧନା, 6-ସାୟାଶ୍ରିତା ଦାଶ, 7-ସାଇରୋଷନ ସେଠୀ, 8-ସମର୍ଥ ସୌରଭ ପଣ୍ଡା, 9-ସାୟୁଷ ସୁମନ ସାହୁ, 10-ଶ୍ରୁତିସୁଧା ମହାନ୍ତି, 11-ସ୍ବଂୟମ ପ୍ରକାଶ ଦଳେଇ ଏବଂ 12- ପାହାଝରିନ । ସେହିପରି ଜୁନିଅର ଗ୍ରୁପରେ 1 – ଆଦ୍ୟାଶା ରାଉତ, 2- ଆହାନା ସ୍ବାଇଁ, 3- ଅନୁପମା ସ୍ବାଇଁ, 4 – ବନସ୍ମିତା ରଣା, 5 – ଦେବସ୍ମିତା ହୋତା, 6- ଧ୍ରୁତିଦୀପା ପାତ୍ର, 7- ଦିବ୍ୟାଶା ପଟ୍ଟନାୟକ, 8 – ମୌସୁମୀ ଦାସ, 9 – ନୀହାରିକା ମିଶ୍ର, 10 – ପ୍ରୀତିପ୍ରଜ୍ଞା ନାୟକ, 11- ପୂଣ୍ୟତୋୟା ମାନସିଂ, 12 – ସାଇଶ୍ରୀ ପ୍ରଧାନ, 13 – ସସ୍ମିତା ବେହେରା, 14 – ଶ୍ରେୟା ଶ୍ରାବଣୀ, 15 – ସ୍ବପ୍ନା ସମୀକ୍ଷା ମହାନ୍ତି, 16- ଶ୍ବେତାଲକ୍ଷ୍ମୀ ପଟ୍ଟନାୟକ, 17 – ସାଇଶରନ୍ୟା, 18 – ଆଦିତ୍ୟ ପ୍ରସାଦ ସାହୁ ।
ସିନିୟର ଗ୍ରୁପରେ 1 – ଅଭିଜିତ ପ୍ରଧାନ, 2 – ଅମୃତମୟ ସାମଲ, 3 – ବାଦଲନାଥ ଶର୍ମା, 4 – ବର୍ଷା ପ୍ରିୟଦର୍ଶିନୀ ମୁଦୁଲି, 5 – ବର୍ଷାରାଣୀ ପ୍ରଧାନ, 6 – ଚିନ୍ମୟୀ ସିଂ, 7 – ଇଶ୍ବରୀ ସାହୁ, 8 – ମହିମା ଶତପଥୀ, 9 – ପ୍ରଜ୍ଞା ପ୍ରୟଦର୍ଶିନୀ ପଣ୍ଡା, 10 – ପ୍ରତ୍ୟୁଷ ମହାରଣା, 11 – ରାକେଶ କୁମାର ମଣ୍ଡଳ, 12 – ରୀତିପର୍ଣ୍ଣା ନାୟକ, 13 – ସନ୍ଦୀପ କୁମାର ସାହୁ, 14 – ସୋନମ୍ ଦାସ ଏବଂ 15 – ସୁଜିତ ନାଥ ।














