ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ପଡ଼ିଛନ୍ତି ଆଉ ଜଣେ ସରକାରୀ ବାବୁ। ଆୟ ବହିର୍ଭୁତ ଅଭିଯୋଗରେ ମୃର୍ତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ। ରାୟଗଡ଼ାର ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ର ପୂର୍ବତନ ପିଡି ଦୟାନିଧି ବାଗ ଆୟ ବହିର୍ଭୁତ ସମ୍ପତି ରଖିବା ଅଭିଯୋଗରେ ୮ ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି। କଳାହାଣ୍ଡି ଜୁନାଗଡ଼ରେ ଥିବା ଘର, ଧର୍ମଗଡ଼ରେ ଥିବା ଶ୍ବଶୁର ଘରେ ଚଢାଉ ଚାଲିଛି । ସେହିପରି ଭୁବନେଶ୍ବର ଗୋଠପାଟଣାରେ ଥିବା ମହାନଦୀ ଆପାର୍ଟମେଣ୍ଟ, ଚନ୍ଦ୍ରଶେଖରପୁରରେ ଥିବା ଘର , ଭୁବନେଶ୍ବରରେ ଥିବା ଅଫିସ୍‌ରେ ଚଢାଉ କରୁଛନ୍ତି ଭିଜିଲାନ୍ସ ଅଧିକାରୀ । ନବରଙ୍ଗପୁର ଟାଉନ୍‌ରେ ଥିବା ନିର୍ମାଣଧୀନ କୋଠା , ନବରଙ୍ଗପୁରର ଦୁଇଟି ସ୍ଥାନରେ ପତ୍ନୀଙ୍କ ନାଁରେ ଥିବା କୋଠାରେ ଚଢାଉ ଚାଲିଛି । ଏହି ରେଡ୍‌ରେ ଦୟାନିଧିଙ୍କ ନାଁରେ ୫୭ ଏକର ଜମି, ଦୁଇଟି ଫାର୍ମହାଉସ୍‌,ଏକ ସପିଂ କମ୍ପ୍ଲେକ୍ସ ଏବଂ ବେନାମୀ ଗାଡ଼ି ଠାବ ହୋଇଛି।

LEAVE A REPLY

Please enter your comment!
Please enter your name here