ବିଧାନସଭାର ମୌସୁମୀ ଅଧିବେଶନ ଗୁରୁବାର ଶେଷ ହୋଇଛି । ସେପ୍ଟେମ୍ବର ୪ରୁ ଆରମ୍ଭ ହୋଇଥିବା ଏହି ଅଧିବେଶନରେ ମୋଟ ୧୧ଟି କାର୍ଯ୍ୟଦିବସ ରହିଥିଲା । ଅଧିବେଶନ କାଳରେ ୩ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବାବେଳେ ୧୨ଟି ବିଲ୍ ଗୃହରେ ଅନୁମୋଦନ ଲାଭ କରିଛି । ଏଥିସହ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ଅନୁମୋଦିତ ହୋଇଛି । ଗୃହରେ ୧୭୬୪ଟି ଲିଖିତ ପ୍ରଶ୍ନ ଉପସ୍ଥାପନ କରାଯାଇଥିବାବେଳେ ୫ଟି ମୁଲତବୀ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏହି ସ୍ୱଳ୍ପକାଳୀନ ଅଧିବେଶନରେ ଚାଷୀ, ଶିକ୍ଷକ , ସମବାୟ ଓ ଓମଫେଡରେ ହୋଇଥିବା ଦୁର୍ନୀତି ବିଷୟରେ ଆଲୋଚନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here