ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫେମସ୍ ‘ୱାନ୍ ବିଗ୍ ବିୟୁଟିଫୁଲ୍ ବିଲ୍’ ପାସ୍ । ଗୁରୁବାର ବିଳମ୍ବିତ ରାତିରେ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ ଦ୍ୱାରା ଗୃହୀତ ହୋଇଛି । ଯାହାକୁ ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରମୁଖ ସଫଳତା ବୋଲି କୁହାଯାଉଛି । ସିନେଟ୍ ଓ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସରୁ ପାସ୍ ହେବା ପରେ ଏହି ବିଲ୍ ଏବେ ରାଷ୍ଟ୍ରପତିଙ୍କ ସ୍ୱାକ୍ଷର ପାଇଁ ପଠାଯାଇଛି। ସେହି ସମୟରେ, ବିଲ୍ ଉପରେ ଭୋଟିଂ ସମୟରେ, ଦୁଇଜଣ ରିପବ୍ଲିକାନ୍ ସାଂସଦ ପାର୍ଟି ଲାଇନ ଭାଙ୍ଗି ଡେମୋକ୍ରାଟିକ୍ ପାର୍ଟି ସପକ୍ଷରେ ଭୋଟ ଦେଇଥିଲେ। ଟ୍ରମ୍ପ କହିଛନ୍ତି ଯେ ମୁଁ ଲକ୍ଷ ଲକ୍ଷ ପରିବାରକୁ ‘ଡେଥ୍ ଟ୍ୟାକ୍ସ’ରୁ ମୁକ୍ତ କରିଛି।
୮୦୦ ପୃଷ୍ଠାରୁ ଅଧିକ ଲମ୍ବା ଏହି ବିଲ୍ ପାସ୍ କରିବା ପାଇଁ ଟ୍ରମ୍ପଙ୍କୁ କଠିନ ପରିଶ୍ରମ କରିବାକୁ ପଡିଥିଲା । ଏହି ବିଲ୍ ପାଇଁ GOP ନେତାମାନଙ୍କୁ ରାତିସାରା ପରିଶ୍ରମ କରିବାକୁ ପଡିଥିଲା । ଏହି ବିଲ୍ରେ ଟିକସ କାଟ୍, ସାମରିକ ବଜେଟ୍, ପ୍ରତିରକ୍ଷା ଏବଂ ଶକ୍ତି ଉତ୍ପାଦନ ପାଇଁ ବର୍ଦ୍ଧିତ ଖର୍ଚ୍ଚ, ଏବଂ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର କାର୍ଯ୍ୟକ୍ରମରେ ହ୍ରାସ ଭଳି ପ୍ରମୁଖ ବ୍ୟବସ୍ଥା ରହିଛି।
ଅନ୍ୟ ବିରୋଧୀମାନେ ବିଶ୍ୱାସ କରନ୍ତି ଯେ ଏହି ଖର୍ଚ୍ଚ ଦେଶର ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଭଳି କ୍ଷେତ୍ରକୁ ପ୍ରଭାବିତ କରିବାର ସମ୍ଭାବନା ଅଛି। ଏହି କାରଣରୁ ଶିଳ୍ପପତି ଏଲୋନ୍ ମସ୍କଙ୍କ ସମେତ ଏକ ବଡ଼ ଗୋଷ୍ଠୀ ଏହି ବିଲ୍ର ବିରୋଧୀ ଏବଂ ଏହାକୁ ସମାଲୋଚନା କରୁଛନ୍ତି। ଟ୍ରମ୍ଫ ପ୍ରଶାସନ ଅନୁଯାୟୀ, ଏହି ବିଲ୍ ୨୦୧୭ର ଟିକସ କାଟ୍ ଏବଂ ଚାକିରି ଆଇନକୁ ସ୍ଥାୟୀ ଭାବରେ କାର୍ଯ୍ୟକାରୀ କରିବା ସହିତ ତାଙ୍କର ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। କିନ୍ତୁ ବିଲ୍ ପାସ୍ ହେବା କଂଗ୍ରେସ ଭିତରେ ମତଭେଦ ସୃଷ୍ଟି କରିଛି।













