କଳାହାଣ୍ଡି ଜିଲ୍ଲା ଧର୍ମଗଡ ସହରରେ କିଛି ଦୁର୍ବୃତ୍ତ ଏଟିଏମ ଭାଙ୍ଗି ଟଙ୍କା ଲୁଟ କରିଛନ୍ତି. ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଏଟିଏମରୁ ଦୁର୍ବୃତ୍ତମାନେ କଳାକନା ବୁଲାଇ ଦେଇଛନ୍ତି. ତେବେ ଏଟିଏମକୁ ସେମାନେ ଏକ ଗ୍ୟାସ କଟରରେ କାଟି  ଭ୍ୟାନରେ ନେଇ ଫେରାର ହୋଇଯାଇଛନ୍ତି. ସୂଚନା ଅନୁସାରେ, ସେମାନେ ଅନ୍ୟ ଏକ ସ୍ଥାନରୁ ମଧ୍ୟ ଲୁଟ ପାଇଁ ଉଦ୍ୟମ କରୁଥିବା ବେଳେ ପାଟ୍ରୋଲିଂ କରୁଥିବା ପୋଲିସ ହାବୁଡରେ ପଡିଥିଲେ. ମାତ୍ର ପୋଲିସକୁ ଚକମା ଦେଇ ସେମାନେ ଫେରାର ହୋଇଯାଇଛନ୍ତି. ବର୍ତ୍ତମାନ ପୋଲିସ ସେମାନଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି.

LEAVE A REPLY

Please enter your comment!
Please enter your name here