ହରିୟାଣାର ପାନିପତ ରେଳ ଷ୍ଟେସନ୍ରେ ରହିଥିବା ଏକ ଟ୍ରେନ୍ର ଖାଲି ବଗିରେ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ତାଙ୍କୁ ସୋନିପତଠାରେ ରେଳ ଧାରଣାକୁ ଫୋପାଡ଼ି ଦିଆଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ରେଳ ଧାରଣା ଉପରେ ପଡ଼ିଥିବା ସମୟରେ ମହିଳାଙ୍କ ଗୋଡ଼ ଉପରେ ଆଉ ଏକ ଟ୍ରେନ୍ ମାଡ଼ି ଯାଇଥିଲା। ସେ ତାଙ୍କର ୨ଟି ଯାକ ଗୋଡ଼ ହରାଇ ଦେଇଥିଲେ ବି ବଞ୍ଚି ଯାଇଛନ୍ତି। ଜୁନ୍ ୨୪ ତାରିଖରେ ହରିୟାଣାର ସୋନିପତରେ ଏହି ଘଟଣା ଘଟିଥିଲା।
ପୋଲିସ ଜୁନ୍ ୨୬ ତାରିଖରେ ତାଙ୍କ ସ୍ବାମୀଙ୍କଠାରୁ ମିସିଂ ରିପୋର୍ଟ ପାଇଥିଲା। ଜୁନ୍ ୨୪ ତାରିଖରୁ ମହିଳା ଜଣଙ୍କ ନିଖୋଜ ଥିବା ନେଇ ତାଙ୍କ ସ୍ବାମୀ ପୁଲିସରେ ଏତଲା ରୁଜୁ କରିଥିଲେ। ସ୍ବାମୀଙ୍କ ସହ ଝଗଡ଼ା ହେବାପରେ ମହିଳା ଜଣଙ୍କ ଘର ଛାଡ଼ି ପଳାଇଥିଲେ। ୨ ଦିନ ପର୍ଯ୍ୟନ୍ତ ଘରକୁ ନଫେରିବାରୁ ତାଙ୍କ ସ୍ବାମୀ ପୁଲିସରେ ଏତଲା ରୁଜୁ କରିଥିଲେ।














