ଆଜି ରାଜ୍ୟରେ 11 ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା 1331କୁ ବୃଦ୍ଧି ପାଇଛି I ସୁନ୍ଦରଗଡ ଜିଲ୍ଲାରୁ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ, ଖୋର୍ଦ୍ଧା, କେନ୍ଦ୍ରାପଡା, ଦେବଗଡ, କେନ୍ଦୁଝର, ଅନୁଗୁଳ, ମାଲକାନଗିରି ଓ ନୂଆପଡାରୁ ଜଣେ ଲେଖାଁଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି I ସେହିପରି ରାଜ୍ୟରେ ଆଜି 1709 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି I ଏଯାବତ ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା 2 ଲକ୍ଷ 95 ହଜାର 725 ରେ ପହଞ୍ଚିଥିବା ଆକ୍ଟିଭ ସଂକ୍ରମିତଙ୍କ ସଂଖ୍ୟା 14 ହଜାର ରହିଛି

LEAVE A REPLY

Please enter your comment!
Please enter your name here