ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ।ଦିନ ସାଢେ ୧୧ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି ସିଧା ବରମୁଣ୍ଡା ସଭାସ୍ଥଳରେ ପହଞ୍ଚିବେ। ସମ୍ବିଧାନ ବଞ୍ଚାଅ ଅଭିଯାନ ଆନ୍ଦୋଳନ ପାଇଁ କର୍ମୀଙ୍କୁ ଦେବେ ଉଦବୋଧନ। ଏଥିପାଇଁ ପ୍ରତି ଜିଲ୍ଲାରୁ ଆସୁଛନ୍ତି ଶହ ଶହ ନେତା ଓ କର୍ମୀ।ସଭାସ୍ଥଳରେ ରାହୁଲଙ୍କ ସାଙ୍ଗରେ ରହିବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ଏଆଇସିସି ସେକ୍ରେଟାରୀ ଭେନୁ ଗୋପାଲ। ପିସିସି ସଭାପତି ବରମୁଣ୍ଡା ଯାଇ ସଭାସ୍ଥଳ ପରିଦର୍ଶନ କରିଛନ୍ତି। ସେପଟେ ରାହୁଲଙ୍କ ଗସ୍ତ ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଶୁକ୍ରବାର ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ। ଦିନ ୧୧ଟା ୩୦ ମିନିଟରେ ଭୁବନେଶ୍ବର ବିମାନବନ୍ଦରରେ ପହଁଚି ସିଧାସଳଖ ବରମୁଣ୍ଡା ସଭାସ୍ଥଳରେ ପହଞ୍ଚିବେ। ପ୍ରଦେଶ କଂଗ୍ରେସ କମିଟିର ସମ୍ବିଧାନ ବଞ୍ଚାଅ ଅଭିଯାନ ଆନ୍ଦୋଳନ ପାଇଁ କର୍ମୀଙ୍କୁ ଦେବେ ଉଦ୍ବୋଧନ।ପ୍ରତ୍ୟେକ ଜିଲ୍ଲାରେ ଏଥିପାଇଁ କରାଯାଇଛି ସ୍ବତନ୍ତ୍ର ପ୍ରସ୍ତୁତି। ପ୍ରତି ଜିଲ୍ଲାରୁ ଆସୁଛନ୍ତି ଶହ ଶହ ନେତା ଓ କର୍ମୀ।ସଭାସ୍ଥଳରେ ରାହୁଲଙ୍କ ସାଙ୍ଗରେ ରହିବେ କଂଗ୍ରେସ ଅଧ୍ୟକ୍ଷ ମଲକାର୍ଜୁନ ଖଡଗେ ଓ ଏଆଇସିସି ସେକ୍ରେଟାରୀ ଭେନୁ ଗୋପାଲ।ତେଣୁ ଓଡ଼ିଶାରେ ଗୋଟିଏ ନୂଆ ରାଜନୀତିର ବାତାବରଣ ସୃଷ୍ଟି ହେବାକୁ ଯାଉଛି।

LEAVE A REPLY

Please enter your comment!
Please enter your name here