ଭୁବନେଶ୍ବର – ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ପ୍ରଦେଶ କଂଗ୍ରେସ । ବାଲେଶ୍ବର ଏଫଏମ କଲେଜ ଛାତ୍ରୀ ଆତ୍ମାହୂତି ଓ ମୃତ୍ୟୁ ଘଟଣାକୁ ନେଇ ଏହି ଡାକରା ଦିଆଯାଇଛି । ଓଡ଼ିଶା ବନ୍ଦ ସମୟରେ ସ୍କୁଲ, କଲେଜ, ଦୋକାନ ଓ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । କଂଗ୍ରେସ ସମେତ ୭ଟି ରାଜନୈତିକ ଦଳ ବନ୍ଦ ଡାକରାରେ ସାମିଲ ହୋଇଛନ୍ତି । ଏହି ଘଟଣାରେ ନ୍ୟାୟିକ ତଦନ୍ତ ଦାବି କରି ଏହି ଡାକରା ଦିଆଯାଇଛି । ବନ୍ଦ ପାଳନ ସମୟରେ ସ୍କୁଲ, କଲେଜ ଓ ଦୋକାନ ବଜାର ବନ୍ଦ ରହିବ ଏବଂ ବସ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ସମସ୍ତେ ଏହି ବନ୍ଦରେ ସାମିଲ ହେବା ପାଇଁ ଅପିଲ କରିଛନ୍ତି ମିଳିତ ଦଳ । ବାଲେଶ୍ବର ଘଟଣାକୁ ଦୃଢ ନିନ୍ଦା କରିବା ସହ ପ୍ରଥମ ଦିନରୁ ହିଁ ସରକାରଙ୍କ ଉପରେ ବର୍ଷୁଛି କଂଗ୍ରେସ ।

୧୭ ତାରିଖରେ କଂଗ୍ରେସ ଓ ବାମପନ୍ଥୀ ଦଳ ବନ୍ଦ ଡାକରା ଦେଇଥିବା ବେଳେ ବୁଧବାର ଦିନ ବିଜେଡି ଲୋକସେବା ଭବନ ଘେରାଉ କରିବାକୁ ଘୋଷଣା କରିଛି । ବିଜେଡିର ଘୋଷଣା ପରେ ସରକାର ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି । ସକାଳ ସାଢେ ନଅଟା ପୂର୍ବରୁ କର୍ମଚାରୀମାନେ ଲୋକସେବା ଭବନ ମଧ୍ୟକୁ ପ୍ରବେଶ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାଢେ ନଅଟାରେ ଲୋକସେବା ଭବନର ମୁଖ୍ୟ ଫାଟକ ବନ୍ଦ କରିବାକୁ କୁହାଯାଇଛି ।

ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ଶୋକ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯିଏ ଦୋଷୀ ତାଙ୍କୁ ଦଣ୍ଡ ମିଳିବ । ମୁଁ ପୀଡିତାଙ୍କ ପରିବାରକୁ ସମବେଦନା ଜଣାଉଛି । ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରୁଛି । ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସରକାରଙ୍କ ସମସ୍ତ ଦାୟିତ୍ୱ ନିର୍ବାହ ତଥା ବିଶେଷଜ୍ଞ ଡାକ୍ତରୀ ଦଳଙ୍କ ଅକ୍ଲାନ୍ତ ପରିଶ୍ରମ ସତ୍ତ୍ୱେ ତାଙ୍କ ଜୀବନ ରକ୍ଷା ହୋଇପାରିଲା ନାହିଁ । ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି।

LEAVE A REPLY

Please enter your comment!
Please enter your name here