ନୂଆବର୍ଷରେ ଭୟଙ୍କର ଭୂମିକମ୍ପ । 90 ମିନିଟରେ 21 ଭୂମିକମ୍ପରେ ଦୋହଲିଲା ଜାପାନ । ଜାପାନର ଇସିକାଓ୍ବାର ବିଭିନ୍ନ ସହରରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 7.6 ଥିବା କୁହାଯାଇଛି । ତେବେ ବାରମ୍ବାର ଭୂକମ୍ପ ହେବା ଯୋଗୁ ଜାପାନର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଭୂକମ୍ପ ଯୋଗୁ ବିଭିନ୍ନ ସ୍ଥାନରେ ବଡ ବଡ ଫାଟ ଦେଖିବାକୁ ମିଳିଛି । ଭୂକମ୍ପରେ ସହରର ବଡ ବଡ କୋଠା ଦୋହଲି ଯାଇଥିବା ବେଳେ କେତେକ ସ୍ଥାନରେ ବଡ ବଡ ଅଟ୍ଟାଳିକା ଭୁଷୁଡି ପଡିଛି । ଭୂକମ୍ପ ପରେ ସୁନାମୀ ଅନୁଭୂତ ହୋଇଛି । ଇସିକାଓ୍ବା ଜିଲ୍ଲାରେ ସୁନାମୀ ଆସିବା ଯୋଗୁ ପାଞ୍ଚ ଫୁଟ ଉଚ୍ଚରେ ସମୁଦ୍ର ମାଡି ଆସିଛି । ଉପକୂଳ ଅଞ୍ଚଳରୁ ଲୋକେ ଘରଦ୍ବାର ଛାଡି ଦୂରକୁ ଚାଲି ଯାଇଛନ୍ତି । କେତେକ ସ୍ଥାନରେ ତିନି ମିଟର ଉଚ୍ଚାର ସୁନାମୀ ଆସିବ ବୋଲି ସତର୍କତା ଜାରି କରାଯାଇଛି । ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଛି । ବିପର୍ଯ୍ୟୟ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here