ଏଫ୍ ଏମ୍ ସ୍ୱୟଂଶାସିତ ମହାବିଦ୍ୟାଳୟ ମାମଲାରେ ରାଜ୍ୟ ସରକାରଙ୍କୁ ଘେରୁଥିବା ଉଭୟ ବିରୋଧୀ ବିଜେଡ଼ି ଏବଂ କଂଗ୍ରେସକୁ ଦୃଢ଼ ଜବାବ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଝିଅ ବଞ୍ଚିଥିବାବେଳେ ତାକୁ ଅପମାନିତ କଥା କହିବା ପରେ ଏବେ ନ୍ୟାୟ ଭିକ୍ଷା କରିବା ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ମନ୍ତ୍ରୀ ।
ଆଇନ ମନ୍ତ୍ରୀ କହିଛନ୍ତି, ବିରୋଧୀ ଦଳ ଭୂମିକା ନିର୍ବାହ କଲେ ଭଲ ହୁଅନ୍ତା । ଏକ ସମ୍ବେଦିନଶୀଳ ଏବଂ ଦୁଃଖଦ ଘଟଣା ଘଟିଲା । ଝିଅର ପୂର୍ବ ବୟାନ ଆଧାରରେ ସରକାର ପଦକ୍ଷେପ ନେଇ 2 ଜଣଙ୍କୁ ନିଲମ୍ବନ କଲେ ଏବଂ ଗିରଫ ମଧ୍ୟ ହେଲେ । ଆଗକୁ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣ କରି ସାରିଛନ୍ତି ।
ଏହା ସହିତ ସେ ଝିଅର କଷ୍ଟକୁ ବଢାଇବାରେ ଯାହାର ବି ସାମାନ୍ୟ ଲିଙ୍କ ଅଛି ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ । ବିରୋଧୀ ଦଳ ଭୁଲ ବାଟରେ ଟାଣିବାକୁ ଚେଷ୍ଟା କରୁଛନ୍ତି । ଆଗାମୀ ଦିନରେ ଯେପରି ଏଭଳି ଘଟଣା ନ ଘଟେ ସେଥିପାଇଁ ସରକାର ସମସ୍ତ କ୍ୟାମ୍ପସର ସ୍ଥିତି ଉପରେ ନଜର ରଖିଛନ୍ତି । ସବୁ କ୍ୟାମ୍ପସ କମିଟିକୁ ପୁନଃ ଗଠନ କରାଯିବ । ଏଥିପାଇଁ ସରକାର ତତ୍ପର ଥିବା କହିଛନ୍ତି ଆଇନ ମନ୍ତ୍ରୀ ।














