ବିଜେପିର ହିଞ୍ଜିଳି ପ୍ରାର୍ଥୀ ପୀତାମ୍ୱର ଆଚାର୍ଯ୍ୟଙ୍କ ନାଁରେ ଥାନାରେ ମାମଲା । ଆସିକା ଥାନାରେ ମାମଲା ଦାୟର କରିଛି ନିର୍ବାଚନ ଫ୍ଲାଇଂ ସ୍କ୍ୱାର୍ଡ । ହିଞ୍ଜିଳି ଗସ୍ତ ସମୟରେ ବିଜେପି ପ୍ରାର୍ଥୀ ପୀତାମ୍ୱର ଆଚାର୍ଯ୍ୟ, ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାର୍ଡକୁ ଧମକାଇଥିବା ଅଭିଯୋଗ ହୋଇଥିଲା । ଏପରିକି ଭିଡିଓଟି ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହୋଇଥିଲା । ତେବେ ପୀତାମ୍ବର ପ୍ରାର୍ଥୀ ହୋଇଥିବା ସ୍ଥାନକୁ ଯିବା ସମୟରେ ଅଧା ରାସ୍ତାରେ ତାଙ୍କ ଗାଡିକୁ ପୋଲିସ ଅଟାକାଇଥିଲା । ହେଲେ କାହିଁକି ଗାଡି ଅଟକାଇଲ ବୋଲି ପୀତାମ୍ବର ଆଚାର୍ଯ୍ୟ ପ୍ରଶ୍ନ କରିବା ସହ ତାଙ୍କ ସାଙ୍ଗରେ ଯୁକ୍ତିତର୍କ କରିଥିଲେ । ଯାହା ପରବର୍ତ୍ତୀ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ତାଙ୍କ ନାଁରେ ମାମଲା ଦାୟର ହୋଇଛି ।

LEAVE A REPLY

Please enter your comment!
Please enter your name here