ଏଫ୍ ଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ଶାନ୍ତିପୂର୍ଣ୍ଣ ଓଡ଼ିଶା ବନ୍ଦ ଡାକରା ଦେଇଥିବାବେଳେ ସବୁଆଡ଼େ ଅଶାନ୍ତ ବାତାବରଣ ଦେଖିବାକୁ ମିଳିଛି । କାହାକୁ ଦଳୀୟ ପତାକାରେ ପିଟିଲେଣି ତ ଆଉ କେଉଁ ବସକୁ ବାଡ଼େଇଲେଣି । ସେପଟେ ଭୁବନେଶ୍ୱରରେ କଂଗ୍ରେସର ଜୋରଦାର ବିକ୍ଷୋଭ ଦେଖିବାକୁ ମିଳିଛି । ଶହ ଶହ ସଂଖ୍ୟାରେ ବାଇକ ରାଲି କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଉଦ୍ୟମ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ ବେଳେ ପୋଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ପୋଲିସ ପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ଅନେକ କର୍ମୀଙ୍କୁ ଉଠାଇ ନେଇ ଅଟକ ରଖିଛି ।

ବନ୍ଦର ପ୍ରଭାବ ରାଜ୍ୟର ବହୁ ଜିଲ୍ଲା ଏବଂ ସହରରେ ଦେଖିବାକୁ ମିଳିଛି । ଦୋକାନ ବଜାର, ସରକାରୀ କାର୍ଯ୍ୟାଳୟଠୁ ନେଇ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ବନ୍ଦର ପ୍ରଭାବ ଟ୍ରେନ ଚଳାଚଳ ଉପରେ ମଧ୍ୟ ପଡିଛି । ୧୧ଟି ଟ୍ରେନର ଯାତାୟତରେ ବିଳମ୍ବ ନେଇ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here